ହକିରେ ବେଲଜିୟମ ଠାରୁ ଭାରତ ପରାସ୍ତ: କ୍ଵାର୍ଟର ଫାଇନାଲ ଯୋଗ୍ୟତା ଅର୍ଜନ କରିସାରିଛି ଟିମ୍ ଇଣ୍ଡିଆ

416

ନୂଆଦିଲ୍ଲୀ: ଭାରତୀୟ ହକି ଦଳ ନିରାଶ କରିଛି। ବେଲଜିୟମ ଠାରୁ ଭାରତର ୧-୨ ରେ ପରାସ୍ତ ହୋଇଛି। ଏହି ଗ୍ରୁପ୍ ମ୍ୟାଚରେ ଅଭିଷେକ ଟିମ୍ ଇଣ୍ଡିଆ ପାଇଁ ଏକମାତ୍ର ଗୋଲ୍ ସ୍କୋର କରିଛନ୍ତି। ଭାରତୀୟ ହକି ଦଳ କ୍ୱାର୍ଟର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛି। କିନ୍ତୁ ଯଦି ଦଳକୁ କ୍ଵାର୍ଟର ଫାଇନାଲରେ ଦୁର୍ବଳ ଦଳ ସହିତ ମ୍ୟାଚ୍ ଖେଳିବାରେ ଅଛି, ତେବେ ଦଳକୁ ଶ୍ରେଷ୍ଠ ୨ ସ୍ଥିତି ବଜାୟ ରଖିବାକୁ ପଡିବ। ଭାରତୀୟ ହକି ଦଳ ବର୍ତ୍ତମାନ ପୁଲ୍ ବି’ର ପଏଣ୍ଟ ଟେବୁଲରେ ୨ ନମ୍ବରରେ ରହିଛି। ବେଲଜିୟମ ଶୀର୍ଷରେ ଅଛି। ସେମାନେ ୪ ଟି ମ୍ୟାଚ୍ ଖେଳିଛନ୍ତି ଏବଂ ୧୨ ପଏଣ୍ଟ ପାଇଛନ୍ତି। ସେହିପରି ଭାରତ ୪ ଟି ମ୍ୟାଚ୍ ଖେଳି ୨ ଟିରେ ଜିତିଛି। ଭାରତରେ ୭ ପଏଣ୍ଟ ରହିଛି।

Comments are closed, but trackbacks and pingbacks are open.