ଚୀନ୍‌ର ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଲେ ଏସ ଜୟଶଙ୍କର: ଏଲଏସି ପ୍ରସଙ୍ଗରେ ଦେଖାଇଲେ କଡା ଆଭିମୁଖ୍ୟ

231

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଗୁରୁବାର ଦିନ ଚାଇନାର ପ୍ରତିପକ୍ଷ ୱାଙ୍ଗ ୟିଙ୍କୁ ଭେଟିଛନ୍ତି। ସେ ASEAN ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଏହି ସାକ୍ଷାତ କରିଛନ୍ତି। ଯେଉଁଥିରେ ସେ ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ଥିର କରିବା ପାଇଁ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ଏବଂ ପୂର୍ବ ଚୁକ୍ତିନାମାକୁ ପୂର୍ଣ୍ଣ ସମ୍ମାନ ନିଶ୍ଚିତ କରିବା ଆବଶ୍ୟକ ବୋଲି କହିଛନ୍ତି। ଏହି ମାସରେ ଦ୍ୱିତୀୟ ଥର ପାଇଁ ସାକ୍ଷାତ ହୋଇଥିବା ଦୁଇ ନେତା ମଧ୍ୟ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଶେଷ କରିବା ପାଇଁ କଡା ନିର୍ଦ୍ଦେଶନାମା ଦେବା ଆବଶ୍ୟକତା ଉପରେ ସହମତ ହୋଇଛନ୍ତି। ଜୟଶଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରି କହିଛନ୍ତି ଯେ, ସିପିସି (କମ୍ୟୁନିଷ୍ଟ ପାର୍ଟି ଅଫ୍ ଚୀନ୍) ପଲିଟବୁରୋ ସଦସ୍ୟ ତଥା (ଚୀନ୍) ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ଆଜି ସାକ୍ଷାତ ହୋଇଛି। ଆମର ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ଆଲୋଚନା ଜାରି ରହିଛି। ସୀମାରେ ପରିସ୍ଥିତି ନିଶ୍ଚିତ ଭାବରେ ଆମ ସମ୍ପର୍କର ସ୍ଥିତିକୁ ପ୍ରତିଫଳିତ କରିବ।

Comments are closed, but trackbacks and pingbacks are open.