ଗୃହ ୪ଟା ଯାଏଁ ମୁଲତବୀ

25

ଭୁବନେଶ୍ୱର: ସର୍ବଦଳୀୟ ବୈଠକରୁ ବି ବାହାରିପାରିଲାନି ନିଷ୍କର୍ସ । ଫଳରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।  ପ୍ରକାଶ ଯେ  ବିଧାନସଭା ବଜେଟ୍ ଅଧିବେଶନର ୩ୟ ଦିନରେ ପୁଣି ହଟ୍ଟଗୋଳ ଜାରି ରଖିଛନ୍ତି ବିରୋଧୀ । ଆଜି ଗୃହ କାର୍ୟ୍ୟ ଆରମ୍ଭ ହେଉ ହେଉ  ବିରୋଧୀ ସଦସ୍ୟ ନାରାବାଜି କରିଥିଲେ । ପରେ ବାଚସ୍ପତି ଗୃହକୁ ସାଢେ ୧୧ଟା ଯାଏଁ ମୁଲତବୀ ରଖିଥିଲେ। କେନ୍ଦ୍ର ଅବହେଳା ପ୍ରସଙ୍ଗରେ ଆଜି ଗୃହରେ ନାରାବାଜି କରିଥିଲେ ବିରୋଧୀ ବିଜେଡି ବିଧାୟକ । ଗୃହର ମଧ୍ୟଭାଗକୁ ଆସି ସେମାନେ ପ୍ରତିବାଦ କରିଥିଲେ। ଏଥିସହ ରାଜ୍ୟପାଳଙ୍କ ପୁଅ ଆଇନକୁ ହାତକୁ ନେଇଥିବା ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ୟ୍ୟ । ନିଜ ଆସନରେ ଠିଆ ହେଇ ସେ ପ୍ରତିବାଦ କରିବା ପରେ, ବିଜେଡି ବିଧାୟକମାନେ ଶେଷରେ କକ୍ଷତ୍ୟାଗ କରିଥିଲେ । ସେହିପରି ଗୃହର ମଧ୍ୟ ଭାଗରେ ଠିଆ ହେଇ କଂଗ୍ରେସ ବିଧାୟକମାନେ ମଧ୍ୟ କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିଲେ ।ପରେ ବାଚସ୍ପତି ଗୃହକୁ ସାଢେ ୧୧ଟା ଯାଏଁ ମୁଲତବୀ ରଖିଥିଲେ ।ଏଥିସହ ଗୃହ କାର୍ଯ୍ୟ ସୁରୁଖୁରୁରେ ଚଳାଇବା ପାଇଁ ସର୍ବଦଳୀୟ ବୈଠକ ଡକାଇଥିଲେ। ତେବେ ଉକ୍ତ ବୈଠକରୁ  ବି ବାହାରିପାରିଲାନି ନିଷ୍କର୍ସ । ଫଳରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।  

Comments are closed, but trackbacks and pingbacks are open.