ଜାତିସଂଘ ସୁରକ୍ଷା ପରିଷଦ ରେ ଆଫଗାନିସ୍ତାନର ସ୍ଥିିତି କୁ ନେଇ ଭାରତ ର ବଡ଼ ବୟାନ

35

ଭାରତର ସ୍ଥାୟୀ ପ୍ରତିନିଧି,ଟିଏସ ମୂର୍ତି ଆଫଗାନିସ୍ତାନ ସ୍ଥିତିକୁ ନେଇ ଜାତିସଂଘ ସୁରକ୍ଷା ପରିଷଦ ର ଆଲୋଚନାରେ ଭାଗ ନେଇ କହିଛନ୍ତିି କି ,ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଆଫଗାନିସ୍ତାନର ସ୍ଥିିତି ଗମ୍ଭୀର ରହିଛି । ଆଫଗାନିସ୍ଥାନ ମାଟି ଯେମିତି କୌଣସି ଆତଙ୍କବାଦୀ ବ୍ୟବହାର ନକରନ୍ତି, ସେନେଇ ତାଲିବାନୀମାନେ ପ୍ରତିଶ୍ରୁତି ଦେବାର ଆବଶ୍ୟକତା ରହିଛି । ଜାତିସଂଘ ଦ୍ୱାରା ନିଷିଦ୍ଧ ଘୋଷିତ ହୋଇଥିବା ଲସ୍କର ଇ-ତୋଇବା ଓ ଜୈସ-ଇ-ମହମ୍ମଦ ଭଳି ସମସ୍ତ ଆତଙ୍କବାଦୀ ସଂଗଠନ ଗୁଡିକୁ ଯେପରି ,ଆଫଗାନିସ୍ତାନ ଅନ୍ୟ ଦେଶ ବିରୋଧରେ ବ୍ୟବହାର ନ କରୁ , କିମ୍ବା ଆତଙ୍କବାଦୀଙ୍କ ପ୍ରଶିକ୍ଷଣ ଆର୍ଥିକ ସହାୟତା ନଦିଅନ୍ତି, ସେନେଇ ନିଶ୍ଚିତ କରିବା ଆବଶ୍ୟକ । ଏଥିସହ ଆଫଗାନିସ୍ତାନରେ ସ୍ଥିରତା, ଶାନ୍ତି ଓ ସୁରକ୍ଷା ପାଇଁ ବିଶ୍ୱ ସମୁଦାୟ ବିନା ଭେଦଭାବରେ ପଦକ୍ଷେପ ନେବା ଆବଶ୍ୟକ । ମହିଳା, ଶିଶୁ ଓ ଅଳ୍ପ ସଂଖ୍ୟକଙ୍କୁ ସୁରକ୍ଷା ଯୋଗାଇ ଦେବା ଅତ୍ୟନ୍ତ ଜରୁରୀ I

Leave A Reply

Your email address will not be published.