ରାଜ୍ୟରେ ୭୪୫ ସଂକ୍ରମିତ ଚିହ୍ନଟ ,୬ ଜଣ ଙ୍କ ମୃତ୍ୟୁ :୧୮ ବର୍ଷରୁ କମ ବର୍ଗରେ ୧୧୯ ଆକ୍ରାନ୍ତ

43

ଆଜି ରାଜ୍ୟରେ କରୋନା ରେ ୬ ଜଣ ଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୦୮୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୪୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର କେବଳ ୧୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୭୪୫ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୪୩୫ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ହେଉଛି ୩୧୦ । ଖୋର୍ଦ୍ଧାରୁ ସର୍ବାଧିକ ୨୦୭ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏହାବାଦ ଅନୁଗୁଳରୁ ୧୦ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୨, ବରଗଡ଼ରୁ ୧୧, ଭଦ୍ରକରୁ ୯, କଟକରୁ ୧୨୦, ଦେବଗଡ଼ରୁ ୬, ଢେଙ୍କାନାଳରୁ ୯, ଗଂଜାମରୁ ୩, ଜଗତସିଂହପୁରରୁ ୧୮, ଯାଜପୁରରୁ ୨୭, କନ୍ଧମାଳ-୩, ସେହିପରି କୋରାପୁଟରୁ ୧, ମାଲକାନଗିରିରୁ ୧, ମୟୂରଭଂଜରୁ ୩୨, ନବରଙ୍ଗପୁରରୁ ୪, ନୟାଗଡ଼ରୁ ୧୧, ନୂଆପଡ଼ାରୁ ୨, ପୁରୀରୁ ୧୭, ରାୟଗଡ଼ାରୁ ୨, ସମ୍ବଲପୁରରୁ ୧୦, ସୁବର୍ଣ୍ଣପୁରରୁ ୧, ସୁନ୍ଦରଗଡ଼ରୁ ୨୪ ଓ ଷ୍ଟେଟ୍‌ପୁଲ୍‌ରୁ ୭୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୫ ହଜାର ୮୩କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୯୯୯୮୫୯ ସୁସ୍ଥ ହୋଇ ସାରିଥିବା ବେଳେ ଆକ୍ଟିଭ କେସ୍‌ ହେଉଛି ୭୦୮୭ ।
ସେହି ପରି ରାଜ୍ୟରେ ଛୁଆଙ୍କ ସଂକ୍ରମଣ ନେଇ ଚିନ୍ତା ବଢି ଗଲାଣି ।

କୋଭିଡ୍ ସଂକ୍ରମଣର ମାସେ ଭିତରେ ଶିଶୁଙ୍କ ମଧ୍ୟରେ ଏମଆଇ ସିଣ୍ଡ୍ରୋମ ବଢ଼ୁଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ କହିବା ପରେ ଅଭିଭାବକମାନେ ଛାନିଆ ହୋଇ ପଡ଼ିଛନ୍ତି। ଏପରି ସ୍ଥିତିରେ ରାଜ୍ୟରେ ଦୈନିକ ୧୦୦ରୁ ଊର୍ଦ୍ଧ୍ୱ ଶିଶୁ କରୋନାରେ ଆକ୍ରାନ୍ତ ହେଉଛନ୍ତି । ତେଣୁ ବର୍ତ୍ତମାନ ପାର୍ବଣ ଋତୁ ଚାଲୁଥିବାରୁ କୋଭିଡ ଗାଇଡଲାଇନ କୁ କଡାକଡି ଭାବରେ ପାଳନ କରିବା ପାଇଁ ,ରାଜ୍ୟ ସରକାର ଓ ଏସ ଆର ସି ପ୍ରେସ ମିଟ ଦ୍ୱାରା ଜନସାଧାରଣ ଙ୍କୁ ସତର୍କ କରାଉଛନ୍ତି I

Leave A Reply

Your email address will not be published.