ହସ୍ପିଟାଲରୁ ଡିସଚାର୍ଜ ହେଲେ ରାଜନାଥ ସିଂ

88

ନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ପିଠି ଯନ୍ତ୍ରଣା ଅଭିଯୋଗ କରିବା ପରେ ତାଙ୍କୁ ଏମ୍ସ ରେ ଭର୍ତ୍ତି କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା, ଯାହା ପରେ ତାଙ୍କୁ ଦିଲ୍ଲୀ ଏମ୍ସ ର ନ୍ୟୁରୋ ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଥିଲା। ସୂଚନାନୁସାରେ, ପିଠି ଯନ୍ତ୍ରଣା ଅଭିଯୋଗ କରିବା ପରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କ ଅବସ୍ଥା ଭଲ ଅଛି।

Comments are closed, but trackbacks and pingbacks are open.