ଭୁବନେଶ୍ୱରରେ ପହଞ୍ଚିଲେ ପ୍ରମୋଦ ଭଗତ :ବିମାନ ବନ୍ଦର ରେ ଦିଆଗଲା ଉଛ୍ୱସିତ ସମ୍ବର୍ଦ୍ଧନା

24

ଟୋକିଓ ପାରା ଅଲିମ୍ପିକ୍ସ ବ୍ୟାଡମିଣ୍ଟନ ରେ ସ୍ୱର୍ଣ୍ଣ ପଦକ ଜିତି ଓଡିଶାରେ ପହଞ୍ଚିଲେ ପ୍ରମୋଦ ଭଗତ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଉଛ୍ୱସିତ ସମ୍ବର୍ଦ୍ଧନା ଦିଆଗଲା I । ଓଡିଆ ପୁଅ ହିସାବ ରେ ପାରା ଅଲିମ୍ପିକ୍ସ ବ୍ୟାଡମିଣ୍ଟନରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଆଣିଛନ୍ତି । ବିମାନବନ୍ଦରରୁ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଓଡିଶା ଫେରି ମୁଁ ଆଜି ବହୁତ ଖୁସି ଅଛି । ସମସ୍ତେ ସପୋର୍ଟ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ।ପାରା-ଅଲିମ୍ପିକ୍ସର ବ୍ୟାଡମିଂଟନରେ ସେ ସ୍ୱର୍ଣ୍ଣ ପଦକ ଜିଣି ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଏହା ପରେ ରାଜ୍ୟ ସରକାର ପ୍ରମୋଦ ଭଗତକୁ ୬ କୋଟି ଟଙ୍କା ପୁରସ୍କାର ଘୋଷଣା କରିସାରିଛନ୍ତି । ପ୍ରମୋଦଙ୍କୁ ବିମାନବନ୍ଦରରେ ସ୍ୱାଗତ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଥିଲା । ଗତକାଲି ପ୍ରଧାନମନ୍ତ୍ରୀ ପାରା-ଅଲମ୍ପିକ୍ସରେ ପଦକ ବିଜେତାଙ୍କୁ ଭେଟିଥିଲେ । କିନ୍ତୁ ପ୍ରମୋଦ ଭଗତ ବୁଧୁବାର କ୍ରିକେଟର ସଚ୍ଚିନ ତେନ୍ଦୁଲକରଙ୍କୁ ଭେଟିବା ଲାଗି ମୁମ୍ବାଇ ଯାଇଥିବାରୁ ଦିଲ୍ଲୀ ଠାରେ କ୍ରୀଡା ମନ୍ତ୍ରୀ ଙ୍କ ଦ୍ୱାରା ହୋଇଥିବା ପାରାଲିମ୍ପିକ୍ସ ସମ୍ବର୍ଦ୍ଧନା ଉତ୍ସବ ରେ ଯୋଗ ଦେଇ ପାରି ନଥିଲେ I

Leave A Reply

Your email address will not be published.