ପାର୍ବଣ ପାଇଁ ଏସଆରସି ଙ୍କ ସ୍ୱତନ୍ତ୍ର ଗାଇଡଲାଇନ୍

31

କରୋନା ଦ୍ୱିତୀୟ ଲହର ସରିନଥିବା ବେଳେ ତୃତୀୟ ଲହର ପାଦ ଥାପିବାର ଆଭାସ ମିଳି ସାରିଲାଣି I ରାଜ୍ୟରେ ଏବେ ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ମୃତ୍ୟୁ ସଂଖ୍ୟା ପୂର୍ବାପେକ୍ଷା କମିଯାଇଛି ଇ ବର୍ତ୍ତମାନ ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବାରୁ ସଂକ୍ରମଣ ରୁ ଦୁରେଇ ରହିବା ପାଇଁ ଆଜି ସ୍ୱତନ୍ତ୍ର ରିଲିଫ୍ କମିଶନ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଏଥିରେ ପାର୍ବଣରେ କୋଭିଡ୍ ଗାଇଡଲାଇନ୍ କୁ କଡ଼ାକରି ପାଳନ କରିବା ନେଇ ସୂଚନା ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ କୁହ ଯାଇଛି ଯେ – ନିୟମମାନି ନୂଆଖାଇ ପାଳନ କରିବା । ମନ୍ଦିରରେ ଭିଡ ଜମାଇବା ନାହିଁ, ନିଜ ପରିବାର ସହିତ ଗାଁକୁ ସୁରକ୍ଷିତ ରଖିବା ବୋଲି ସେ କହିଛନ୍ତି । କରୋନା କଟକଣାକୁ ମାନି ସତର୍କ ହେବା, ଗାଁ ଜିଲ୍ଲା ଓ ରାଜ୍ୟକୁ ସୁରକ୍ଷୁତ ରଖିବା । ହେଳେ ଏହା ପରେ ବି ସତର୍କ ରହିବା ଜରୁରୀ । ସେ କହିଛନ୍ତି କୁମ୍ଭମେଳା ଓ ଓନାମରେ ହୋଇଥିବା ସଂକ୍ରମଣରୁ ଆମକୁ ଶିଖିବାର ଅଛି । ଓନାମ ପର୍ବ ପରେ କେରଳରେ ସଂକ୍ରମଣ ପୁଣି ବଢ଼ିଛି । ବିଶ୍ୱର ଅନେକ ବଡ଼ ବଡ଼ ରାଷ୍ଟ୍ର ରେ ଏବେ ପୁଣିଥରେ ସଂକ୍ରମଣ ବଢ଼ିଛି ବୋଲି କହିଛନ୍ତି ଏସଆରସି । ଖାଲି ସେତିକି ନୂହେଁ ପାର୍ବଣକୁ ଆମେ ନିରାଡମ୍ବର ଭାବେ ପାଳନ କରିବା । ଯେହେତୁ କରୋନା ସମୟ ଚାଲିଛି । ତେଣୁ ସ୍ଥିତିକୁ ପରଖି ଚଳିବାକୁ ହେବ । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ୍ ପାଳନ କରିବା ବୋଲି ସେ କହିଛନ୍ତି । ଶେଷରେ ସେ କହିଛନ୍ତି ଯେ, ମୂର୍ତ୍ତି ଉଚ୍ଚତା ବଢ଼ିବ ନାହିଁ ବୋଲି କମିଶନର ଙ୍କ ପକ୍ଷ ରୁ ସ୍ପଷ୍ଟ ସୂଚନା ଦିଆ ଯାଇଛି ।

Leave A Reply

Your email address will not be published.