ଜୁଲାଇ ପହିଲାରୁ ଜନ ଅଭିଯୋଗର ଶୁଣାଣି

242

ଭୁବନେଶ୍ୱର: ଜୁଲାଇ ପହିଲାରୁ ପ୍ରତ୍ୟେକ ସୋମବାର ଜନ ଅଭିଯୋଗର ଶୁଣାଣି ଆରମ୍ଭ ହେବ । ସମସ୍ତ ବିଭାଗ ଓ ବିଭାଗୀୟ ମୁଖ୍ୟଙ୍କ ସମେତ ଜିଲ୍ଲାସ୍ତରରେ ଜିଲ୍ଲାପାଳ ଓ ପୁଲିସ ଏସପିଙ୍କ ଦ୍ୱାରା ମିଳିତ ଜନଅଭିଯୋଗର ଶୁଣାଣି ହେବ । ପ୍ରତ୍ୟେକ ଅଭିଯୋଗକୁ ରାଜ୍ୟ ସରକାରଙ୍କ ଜନଶୁଣାଣି ପୋର୍ଟାଲରେ ପଞ୍ଜିକୃତ କରିବାକୁ କୁହାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି ସାଧାରଣ ନିର୍ବାଚନ ଯୋଗୁ ଜିଲ୍ଲା ଓ ବିଭାଗସ୍ତରରେ ଏହି ଜନ ଅଭିଯୋଗର ଶୁଣାଣି କାର୍ୟ୍ୟକ୍ରମ ବନ୍ଦ ରହିଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେବା ପରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର ସମସ୍ତ ବିଭାଗର ସଚିବ, ବିଭାଗୀୟ ମୁଖ୍ୟ, ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖି ଜୁଲାଇ ପହିଲାରୁ ପ୍ରତ୍ୟେକ ସୋମବାର ଜନଅଭିଯୋଗର ଶୁଣାଣି ଆରମ୍ଭ କରିବାକୁ କହିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଜନଶୁଣାଣି ପୁଣିଥରେ ଜୁଲାଇ ପହିଲାରୁ ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଶୁଣାଣି ପାଇଁ ଆସିଥିବା ସମସ୍ତ ଅଭିଯୋଗକୁ ନିଶ୍ଚିତ ଭାବେ ଜନଶୁଣାଣି ପୋର୍ଟାଲରେ ପଞ୍ଜିକୃତ କରିବାକୁ ମଧ୍ୟ କୁହାଯାଇଛି।

Comments are closed, but trackbacks and pingbacks are open.