ମା’ ତାରିଣୀଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

121

କେନ୍ଦୁଝର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରବିବାର ଦୁଇ ଦିନିଆ କେନ୍ଦୁଝର ଜିଲା ଗସ୍ତରେ ଆସି ଘଟଗାଁରେ ଓହ୍ଲାଇଥିଲେ । ସେଠାରେ ତାଙ୍କୁ ଭାଜପା ଦଳ ପକ୍ଷରୁ ବ୍ୟାପକ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ହେଲିକପ୍ଟରରେ ଭୁବନେଶ୍ୱରରୁ ଆସି ଘଟଗାଁ ହାଇସ୍କୁଲ ପଡ଼ିଆରେ ଓହ୍ଲାଇ ସେଠାରୁ ରୋଡ୍‌ ଶୋ’ରେ ଯାଇ ମା’ ତାରିଣୀ ମନ୍ଦିରରେ ଦର୍ଶନ କରିଛନ୍ତି। ମା’ ତାରିଣୀଙ୍କ ପୀଠରେ ପୂଜାର୍ଚ୍ଚନା କରିବା ସହ ଏହାର ଚତୁଃପାର୍ଶ୍ୱ ବୁଲି ଦେଖିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏବେ ମା’ଙ୍କ ପୀଠରେ ୫୦ କୋଟି ଟଙ୍କାର କାମ ଚାଲିଛି। ମାତ୍ର ଏହା ପୀଠର ବିକାଶ ପାଇଁ ପର୍ଯ୍ୟାପ୍ତ ନୁହେଁ। ଏନେଇ ଆଉ ୫୦ କୋଟି ଟଙ୍କାର ଅନୁଦାନ ଘୋଷଣା କରିବା ସହ ମା’ଙ୍କ ପୀଠକୁ ଜାତୀୟ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଁ କେନ୍ଦ୍ରକୁ ଅନୁରୋଧ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେଠାରେ ମା’ଙ୍କଠାରେ ପୂଜାର୍ଚ୍ଚନା କରି କେନ୍ଦୁଝରକୁ ହେଲିକପ୍ଟରରେ ଯାତ୍ରା କରିଛନ୍ତି।

Comments are closed, but trackbacks and pingbacks are open.