ପିସିସି ସଭାପତିଙ୍କୁ କାଳିମାଡ଼ ଘଟଣାରେ ୫ ବହିଷ୍କାର

74

ଭୁବନେଶ଼୍ବର: ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପରକୁ କାଳିମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଦଳର ଶୃଙ୍ଖଳା ଭାଙ୍ଗିଥିବାରୁ ୫ ଜଣ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ବହିଷ୍କାର କରିଛି ଦଳ । ସେମାନଙ୍କୁ ପିସିସି ସଭାପତି ୬ ବର୍ଷ ପାଇଁ ବହିଷ୍କାର କରିଛନ୍ତି । ଏମାନେ ଶୁକ୍ରବାର ପିସିସି ସଭାପତିଙ୍କ ଚାମ଼୍ବରରେ ପଶି କାଳିମାଡ଼ କରିଥିବା ଅଭିଯୋଗ ହୋଇଥିଲା । ସୂଚନା ଥାଉକି କିଛି ଅସନ୍ତୁଷ୍ଟ ଗୋଷ୍ଠୀ କଂଗ୍ରେସ ଭବନରେ ପଶି ଶରତ ପଟ୍ଟନାୟକଙ୍କ ଉପରକୁ କାଳିମାଡ଼ କରିଥିଲେ । ଘଟଣାପରେ କଂଗ୍ରେସର ବରିଷ୍ଠ ନେତାମାନେ କଂଗ୍ରେସ ଭବନରେ ପହଞ୍ଚି ପସିସି ସଭାପତିଙ୍କ ସହ ଆଲୋଚନା କରିଥିଲେ ।ଏନେଇପିସିସି ସଭାପତି ଶରତ ପଟ୍ଟନାୟକ କହିଥିଲ, ଛାତ୍ର ଜୀବନରୁ ମୁଁ ରାଜନୀତି କରି ଆସିଛି।ଏହି ସମୟ ଭିତରେରାଜନୀତିରେ ଉତ୍ଥାନ ଓ ପତ୍ତନ ଦେଖିଛି। ରାଜନୀତିରେ ଏପରି ହୁଏ।ଏଥିରେ ଭୟବୀତ ହେବାର କୌଣସି କାରଣ ନାହିଁ। ସରକାରଙ୍କ ବିରୋଧରେ କିଛି କାର୍ଯ୍ୟକ୍ରମ କରାଯିବାର ଅଛି।ଏଥିପାଇଁ କିଛିଦୁର୍ବୃତ୍ତମାନେ ଆସିଏପରି କାଣ୍ତ କରିଛନ୍ତି। ସେ ଆହୁରି କହିଛନ୍ତି,କଂଗ୍ରେସକୁ ଦବେଇବାକୁ ଚେଷ୍ଟା କଲେ ଦବାଇ ହେବ ନାହିଁ। ଏହି ସମୟରେ ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ବଡ଼ ସୂଚନା ଦେଇଥିଲେ। ସେ କହିଥିଲେ, ଖୁବଶୀଘ୍ର ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। କିଏ ଓ କାହିଁକି କାଳିମାଡ଼ କଲା ଚିହ୍ନଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ କାହା ଇଙ୍ଗିତରେ ଏପରି ଘଟଣା ଘଟିଛି ତାହାର ତଦନ୍ତ ହେବ।

Comments are closed, but trackbacks and pingbacks are open.