ଇଡକୋକୁ ରିପୋର୍ଟ ତଲବ କଲେ ଶିଳ୍ପମନ୍ତ୍ରୀ

85

ଭୁବନେଶ୍ୱର: ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଇଡକୋକୁ ରିପୋର୍ଟ ତଲବ କରିଛନ୍ତି । ରାଜ୍ୟରେ ଶିଳ୍ପ କ୍ଷେତ୍ରର ଷ୍ଟାଟସ, କେତେ ଜମି ବିକାଶ ହୋିଛି ସେ ନେଇ ମନ୍ତ୍ରୀ ତଥ୍ୟ ମାଗିଛନ୍ତି । ଏହାଛଡ଼ା କେଉଁ ସଂସ୍ଥାକୁ କେତେ ଜମି ଦିଆଯାଇଛି, କେତେ ଶିଳ୍ପ ହୋଇଛି ସେ ନେଇ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ଶିଳ୍ପମନ୍ତ୍ରୀ ଇଡକୋକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି କେତେ ଶିଳ୍ପ ବନ୍ଦ ହୋଇଛି, କେଉଁ କାରଣରୁ କେଉଁ ଶିଳ୍ପ ହୋଇନାହିଁ ସେ ନେଇ ବି ତଥ୍ୟ ମାଗିଛନ୍ତି । ଇଡକୋରୁ ରିପୋର୍ଟ ଆସିବା ପରେ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି । 

Comments are closed, but trackbacks and pingbacks are open.