ହଟ୍ଟଗୋଳ ମଧ୍ୟ ରେ ବିଧାନସଭାରେ ପାରିତ ହେଲା ୪ଟି ଗୁରୁତ୍ୱପୂର୍ଣ୍ଣ ବିଲ

19

ଆଜି ଗୃହ ରେ ଖଣି ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସ ଦେଇଥିବା ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗ୍ରହଣ କରିନଥିବାରୁ ଗୃହରେ ବିରୋଧୀ ଦଳ ସଦସ୍ୟମାନେ ହୋ-ହାଲ୍ଲା କରି ଗୃହକୁ ପ୍ରଥମେ ସାଢ଼େ ୧୧ଟା ପର୍ଯ୍ୟନ୍ତ ଓ ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ଏହାରି ମଧ୍ୟ ରେ ବିରୋଧୀଙ୍କ ହଟ୍ଟଗୋଳ ଓ ଅନୁପସ୍ଥିତି ଯୋଗୁଁ ସରକାର ଆଜି ୪ଟି ଗୁରୁତ୍ୱପୂର୍ଣ୍ଣ ବିଲକୁ ବିଧାନସଭାରେ ପାରିତ କରିନେଇଛନ୍ତି। ସରକାରଙ୍କ ଏଭଳି ଆଭିମୁଖ୍ୟକୁ ବିଜେପି କଡ଼ା ଭାଷାରେ ନିନ୍ଦା କରିଛି। ପୂର୍ବାହ୍ନ ରେ ଗୃହ ମାତ୍ର ୧ମିନିଟ୍ ଚାଲିବା ସମ୍ଭବପର ହୋଇପାରିଥିଲା। ସେହିପରି ଅପରାହ୍ନ ରେ ଗୃହ କାର୍ଯ୍ୟ ଆରମ୍ଭ ହେବାପରେ ବିରୋଧୀ ସଦସ୍ୟଙ୍କ ପକ୍ଷରୁ ହଟ୍ଟଗୋଳ ଲାଗି ରହିଥିବାବେଳେ ସରକାର ୪ଟି ବିଲକୁ ପାରିତ କରାଇ ନେଇଥିଲେ। ଓଡ଼ିଶା ପଂଚାୟତ ସଂଶୋଧନ ବିଲ, ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ସଂଶୋଧନ ବିଲ, ଓଡ଼ିଶା ହାଉସିଂ ବୋର୍ଡ ସଂଶୋଧନ ବିଲ୍ ଓ ଭାରତୀୟ ଷ୍ଟାମ୍ପ ଓଡ଼ିଶା ସଂଶୋଧନ ବିଲ୍ ପାରିତ ହୋଇଛି। ତେବେ ଗୃହରେ ଓବିସିଙ୍କ ଗଣନା ଓ ୫୦ ପ୍ରତିଶତ ସଂରକ୍ଷଣ ସୀମାକୁ ହଟାଇବା ନିମନ୍ତେ ଆସିବାକୁ ଥିବା ସଂକଳ୍ପ ପ୍ରସ୍ତାବ ଆଜି ଆସିପାରିନି।

ବିରୋଧୀ ଦଳର ଅନୁପସ୍ଥିତିରେ ଓ ବିନା ଆଲୋଚନାରେ ୪ଟି ବିଲକୁ ସରକାର ଗୃହୀତ କରାଇ ନେଇ ଥିବାରୁ ତୀବ୍ର ପ୍ରତିକ୍ରିୟା କରି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ,ସରକାରଙ୍କ ଏଭଳି ଆଭିମୁଖ୍ୟକୁ ବିଜେପି କଡ଼ା ଭାଷାରେ ନିନ୍ଦା କରୁଛି ବୋଲି କହିଛନ୍ତି I

Leave A Reply

Your email address will not be published.