‘ଗୋଲପୋଷ୍ଟ ବଦଳେଇବା’ ଅଭିଯୋଗ ଉପରେ ଜବାବ ରଖିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର

0 101

ଆଜି ସକାଳେ ବିଧାନ ସଭା ରେ ଗୃହ କାର୍ଯ୍ୟ ଆରମ୍ଭ ରୁ ହିଁ ହୋ ହାଲ୍ଲା ହଂଗାମା ହୋଇଥିଲା I ଗୃହ କାର୍ଯ୍ୟ ୧୦.୩୦ ରେ ଆରମ୍ଭ ହୋଇ ମାତ୍ର ୧ ମିନିଟ ଅର୍ଥାତ ୧୦.୩୧ ରେ ବନ୍ଦ ହୋଇ ଯାଇଥିଲା I ଖଣି ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସ ଦେଇଥିବା ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆଜି ଗ୍ରହଣ କରିନଥିବାରୁ ଗୃହରେ ବିରୋଧୀ ଦଳ ସଦସ୍ୟମାନେ ହୋ-ହାଲ୍ଲା କରିଥିଲେ , ଏପରିକି ବାଚସ୍ପତିଙ୍କୁ ତାଙ୍କ ଚ୍ୟାମ୍ବରରେ ଘେରାଉ କରିଥିଲେ ବିଜେପି ଓ କଂଗ୍ରେସ ବିଧାୟକ । ବାଚସ୍ପତିଙ୍କୁ ଘେରାଉ କରାଯିବାରୁ ସାଢ଼େ ୧୧ଟା ପରେ ଗୃହକୁ ସେ ନିଜ ଚାମ୍ବରରୁ ଆସିପାରିନଥିଲେ । ଏହାକୁ ନେଇ ବିଜେଡି ଦଳ ବିଧାୟକ ପ୍ରତାପଦେବ ଅଭିଯୋଗ କରିଥିଲେ , -“ଆଜି ବିଧାନସଭା ଗୃହରେ ଯାହା ଘଟିଲା, ତାହାକୁ କଡ଼ା ଭାଷାରେ ନିନ୍ଦା କରୁଛି। ପ୍ରଥମେ ବିରୋଧୀ ଗୋଟିଏ ନିୟମାବଳୀ କରି ଖେଳ ଖେଳିଲେ, ଯେତେବେଳେ ଦେଖିଲେ କିଛି ହେଉ ନାହିଁ ତୁରନ୍ତ ନିୟମ ବଦଳାଇ ଗୋଲ ପୋଷ୍ଟ ବଦଳାଉଛନ୍ତି।”

ବିଜେଡି ବିଧାୟକ ପ୍ରତାପ ଦେବଙ୍କ ଅଭିଯୋଗ ଉପରେ ଜବାବ ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଗୋଲ୍ ପୋଷ୍ଟ ଆମେ ବଦଳଉନୁ । ଗୃହରେ ମରୁଡ଼ି ପ୍ରସଙ୍ଗରେ ଦୁଇ ଦିନ ଧରି ଆଲୋଚନା ହୋଇଛି । ପୂର୍ବରୁ କେବେ ଏହିପରି ହୋଇନାହିଁ । ତାଙ୍କର ଏ ଭଳି ବକ୍ତବ୍ୟ ପାଇଁ ଆମେ ଦୟା କରୁଛୁ I ନରସିଂହ ମିଶ୍ର ନିଜ ପ୍ରତିକ୍ରିୟା ରେ ପୁଣି କହିଛନ୍ତି କି ବାଚସ୍ପତି ଙ୍କ ର ମାନବିକତା ନାହିଁ I ତାରା ପ୍ରସାଦ ବାହିନୀପତି ଗୃହରେ ପ୍ରତିବାଦ କରୁଥିବା ବେଳେ ଅସୁସ୍ଥ ହୋଇ (ପୂର୍ବରୁ କୋଭିଡ ସଂକ୍ରମିତ ହୋଇଥିବାରୁ )ତଳେ ବସିପଡିଲେ ।ଆମେ ବାଚସ୍ପତିଙ୍କୁ ଅନୁରୋଧ କଲୁ ଗୃହକୁ ମୁଲତବୀ କରିବା ପାଇଁ ହେଲେ କଲେ ନାହିଁ।

ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଥିଲା। ସୋମବାର ସରକାର ପ୍ରସ୍ତାବ ଆଣିବେ, ମଙ୍ଗବାର ଦିନ ବିଜେପି ମୁଲତବୀ ଆଣିବେ ଏବଂ ବୁଧବାର ଦିନ କଂଗ୍ରେସ ମୁଲତବୀ ପ୍ରସ୍ତାବ ଆଣିବ। ସେହି ଅନୁସାରେ ବୁଧବାର କଂଗ୍ରେସ ପକ୍ଷରୁ ମୁଲତବୀ ପ୍ରସ୍ତାବ ଦିଆଯାଇଥିଲା। ତେଣୁ ସର୍ବ ଦଳୀୟ ବୈଠକ ର ନିଷ୍ପତି ଅନୁସାରେ ବାଚସ୍ପତି ମୁଲତବୀ ପ୍ରସ୍ତାବକୁ ଗ୍ରହଣ କଲେ ନାହିଁ। । ସର୍ବଦଳୀୟ ନିଷ୍ପତ୍ତି ଅନୁସାରେ ଗୃହ ଚାଲିବା କଥା ହେଲେ ଖୋଦ ବାଚସ୍ପତି ଏହାକୁ ମାନୁନାହାନ୍ତି। ସେଥିପାଇଁ ବାଚସ୍ପତିଙ୍କୁ ଆମେ ଘେରାଉ କରିଥିଲୁ ବୋଲି କହିଛନ୍ତି I
ବାଚସ୍ପତିଙ୍କୁ ଘେରାଉ ନେଇ ପ୍ରତିକ୍ରିୟା ରଖିଲେ ନରସିଂହ। କହିଲେ ବାଚସ୍ପତି ଡାକ୍ତର ପାଖକୁ ଚିକିତ୍ସା ପାଇଁ କହିବାରୁ ମାନବିକତା ଦୃଷ୍ଟିରୁ ଛାଡିଲୁ। ପୁଣି ଅପରାହ୍ନ ସାଢେ ୩ଟାରୁ ବାଚସ୍ପତିଙ୍କୁ ପୁଣି ଘେରାଓ କରାଯିବ। କିନ୍ତୁ ବିରୋଧୀ ସଦସ୍ୟଙ୍କ ମାନବିକତା ଅଛି। ଯଦି ବାଚସ୍ପତିଙ୍କୁ ଆମେ ଘେରି ନଥିଲୁ ବୋଲି କହୁଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

Leave A Reply

Your email address will not be published.