ଭକ୍ତଙ୍କ ପାଇଁ ଶନିବାର ଦିନ ଖୋଲା ରହିବ ଶ୍ରୀମନ୍ଦିର,ସାନିଟାଇଜେସନ ପାଇଁ ରବିବାର ବନ୍ଦ

19

ଭକ୍ତଙ୍କ ପାଇଁ ଏଣିକି ୬ ଦିନ ଖୋଲିବ ଶ୍ରୀମନ୍ଦିର । ସପ୍ତାହାନ୍ତ ଲୋକଡାଉନ କଟକଣା ହଟିବା ପରେ ଶନିବାର ମଧ୍ୟ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ । ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ । ପୂର୍ବରୁ ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ କାଳିଆ ଦର୍ଶନ କରିପାରୁଥିଲେ । କେବଳ ରବିବାର ଦିନ ସାନିଟାଇଜେସନ ପାଇଁ ମନ୍ଦିର ବନ୍ଦ ରହିବ । ତେବେ ପୂର୍ବଭଳି ମନ୍ଦିର ଭିତରକୁ ପ୍ରବେଶ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ ନଚେତ ଦୁଇଟି ଡୋଜ ଟୀକାକରଣର ପ୍ରମାଣପତ୍ର ଦେଖାଇବାକୁ ପଡିବ । ଆରଟିପିସିଆର ନେଗେଟିଭ ରିପୋର୍ଟ ନଥିଲେ କିମ୍ବା ଦୁଇଟି ଡୋଜ ଟୀକା ନେଇନଥିଲେ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିବ ନାହିଁ । ଏହାବାଦ୍ ମନ୍ଦିର ଭିତରେ କୋଭିଡ ଗାଇଡଲାଇନକୁ କଡାକଡି ପାଳନ କରାଯିବ । ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ନେଇ ଏସଓପି ବୈଠକରେ ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.