ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ ୪ ତା ଯାଏଁ ଗୃହ ମୁଲତବୀ

18

ଆଜି ଗୃହ ରେ ପ୍ରଥମ ରୁ ହିଁ ହୋ ହାଲ୍ଲା ,ହଟ୍ଟଗୋଳ I ଗୃହକାର୍ଯ୍ୟ ୧୦.୩୦ ରେ ଆରମ୍ଭ ହୋଇ ମାତ୍ର ୧ ମିନିଟ ପରେ ୧୦.୩୧ ରେ ବନ୍ଦ ହେଇଯାଇଥିଲା I କଂଗ୍ରେସର ଖଣି ସଂପର୍କିତ ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିନଥିବାରୁ ବିଧାନସଭାରେ ହଙ୍ଗାମା କରିଛନ୍ତି ବିରୋଧୀ । ଏପରିକି ବାଚସ୍ପତିଙ୍କୁ ତାଙ୍କ ଚ୍ୟାମ୍ବରରେ ଘେରାଉ କରିଛନ୍ତି ବିଜେପି ଓ କଂଗ୍ରେସ ବିଧାୟକ । ବାଚସ୍ପତିଙ୍କୁ ଘେରାଉ କରାଯିବାରୁ ସାଢ଼େ ୧୧ଟା ପରେ ଗୃହକୁ ସେ ନିଜ ଚାମ୍ବରରୁ ଆସିପାରିନଥିଲେ । ଫଳରେ ପ୍ରଥମେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ୧୧.୩୦ ପର୍ୟ୍ୟନ୍ତ ଗୃହକୁ ମୁଲତବୀ କରାଯାଇଥିଲା ।।କଂଗ୍ରେସ ବିଧାୟକ ମାନେ ବାଚସ୍ପତିଙ୍କ ପୋଡିୟମ ତଳେ ନାରାବାଜି କରିଥିଲେ । ବିଜେପି ସଦସ୍ୟମାନେ ବି ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ । ଏହା ପରେ ଉପବାଚସ୍ପତି ରଜନୀକାନ୍ତ ସିଂହ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ କରିଛନ୍ତି । ଫଳରେ ଆଜି କୌଣସି ଗୃହକାର୍ଯ୍ୟ ହୋଇପାରିନାହିଁ I କିନ୍ତୁ ଏହାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । ଏନେଇ ସେ କହିଛନ୍ତି, -“ଆଜି ବିଧାନସଭା ଗୃହରେ ଯାହା ଘଟିଲା, ତାହାକୁ କଡ଼ା ଭାଷାରେ ନିନ୍ଦା କରୁଛି। ପ୍ରଥମେ ବିରୋଧୀ ଗୋଟିଏ ନିୟମାବଳୀ କରି ଖେଳ ଖେଳିଲେ, ଯେତେବେଳେ ଦେଖିଲେ କିଛି ହେଉ ନାହିଁ ତୁରନ୍ତ ନିୟମ ବଦଳାଇ ଗୋଲ ପୋଷ୍ଟ ବଦଳାଉଛନ୍ତି।”

ଏନେଇ ବିଜେପି ବିଧାନ ମୋହନ ମାଝି କହିଛନ୍ତି, କଂଗ୍ରେସ ତରଫରୁ ଖଣିକୁ ନେଇ ମୁଲତବୀ ପ୍ରସ୍ତାବ ଆସିଥିବା ବେଳେ ବାଚସ୍ପତି ତାହାକୁ କାଟି ଦେଇଥିଲେ। ଗତ ଥର ବି ତାହାହିଁ କରିଥିଲେ। ତେଣୁ ରାଜ୍ୟ ସରକାର ଖଣି ଦୁର୍ନୀତିରେ ଲିପ୍ତ ଥିବା ଏହାଦ୍ୱାରା ସ୍ପଷ୍ଟ ପ୍ରମାଣିତ ହେଉଛି। ତେଣୁ ବିଜେପିର ୨୦ ବିଧାୟକ ଓ କଂଗ୍ରେସର ସମସ୍ତ ବିଧାୟକ ବାଚସ୍ପତିଙ୍କୁ ତାଙ୍କ ଚାମ୍ବରରେ ଘେରାଉ କରାଯାଇଛି। ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ସମ୍ମତି ପ୍ରକାଶ ନ କରିବା ପର୍ଯ୍ୟନ୍ତ ତାଙ୍କୁ ଛଡ଼ା ଯିବ ନାହିଁ।

କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି, ରାଜ୍ୟ ସରକାର ଖଣି ଦୁର୍ନୀତିରେ ଲିପ୍ତ ଥିବା ବେଳେ ଆଲୋଚନା କରିବାକୁ ଡରୁଛନ୍ତି। ସେଥିପାଇଁ ବିଧାନସଭା ଅଚଳ କରି ଦିଆଯାଇଛି। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ । ଏନେଇ କଂଗ୍ରେସ ପକ୍ଷରୁ ମୁଲତବୀ ଆଲୋଚନା ପାଇଁ ନୋଟିସ ଦିଆଯାଇଥିଲା । କିନ୍ତୁ ସରକାର ଖଣି ଦୁର୍ନୀତି ଆଲୋଚନାକୁ ଡରୁଛନ୍ତି । ସେପଟେ ବିଜେଡି ବିଧାୟକ ପ୍ରତାପ ଦେବ ବିରୋଧୀଙ୍କୁ କଡା ସମାଲୋଚନା କରିଛନ୍ତି । ଚାଷୀ ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀଙ୍କର ଆନ୍ତରିକତା ନାହିଁ । ମରୁଡି ପ୍ରସଙ୍ଗ ଉଠାଇଲେ ସରକାର ଆଲୋଚନାକୁ ଆସିଲେ, ଋଣ ଓ ସାର ପ୍ରସଙ୍ଗ କାହିଁକି ଉଠାଉ ନାହାନ୍ତି ବିରୋଧୀ । ପ୍ରସଙ୍ଗ କୁ ଅପ୍ରସଙ୍ଗ କରି ମୁଦ୍ଦା ରୁ ପଳାୟନ ପନ୍ଥୀ ହୋଇ ଜନସାଧାରଣ ଙ୍କୁ ବିଭ୍ରାନ୍ତ କରୁଛନ୍ତି ବିରୋଧୀ ଦଳ I

Leave A Reply

Your email address will not be published.