ସନ୍ଧ୍ୟା ୫ଟା ସୁଦ୍ଧା ୬୦.୫୫ ପ୍ରତିଶତ ମତଦାନ

198

ଭୁବନେଶ୍ବର : ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ଅପରାହ୍ନ ୫ଟା ସୁଦ୍ଧା ୬୦.୫୫ ପ୍ରତିଶତ ଭୋଟିଂ ହୋଇଛି । କବିସୂର୍ଯ୍ୟନଗର ବିଧାନସଭା କ୍ଷେତ୍ର ପାଇଁ ୫୬.୬୬ ପ୍ରତିଶତ ମତଦାନ ହୋଇଥିବାବେଳେ କଣ୍ଟାବାଞ୍ଜିରେ ୫୫.୧୫ ପ୍ରତିଶତ ଭୋଟିଂ ହୋଇଛି । ସେହିଭଳି କଣ୍ଟାମାଳ- ୫୫.୩୦ ପ୍ରତିଶତ, ଖଲ୍ଲିକୋଟ- ୫୮.୨୩ ପ୍ରତିଶତ, ଲୋଇସିଂହା- ୫୮.୪୫ ପ୍ରତିଶତ, ପଦମପୁର- ୬୫.୩୨ ପ୍ରତିଶତ, ପାଟଣାଗଡ-୬୦.୧ ପ୍ରତିଶତ, ଫୁଲବାଣୀ- ୫୯.୨୫ ପ୍ରତିଶତ, ପୋଲସରା-୫୮.୬୬ ପ୍ରତିଶତ, ରଘୁନାଥପାଲି- ୫୮.୨୫ ପ୍ରତିଶତ, ରାଜଗାଙ୍ଗପୁର- ୫୭.୫୮ ପ୍ରତିଶତ, ରାଉରକେଲା- ୫୫.୧୬ ପ୍ରତିଶତ, ସାନଖେମୁଣ୍ଡି- ୫୭.୩୯ ପ୍ରତିଶତ, ସୋନପୁର- ୭୧.୩୫ ପ୍ରତିଶତ, ସୋରଡା- ୪୭.୮୦ ପ୍ରତିଶତ, ସୁନ୍ଦରଗଡ- ୬୨ ପ୍ରତିଶତ, ତଳସରା- ୬୫ ପ୍ରତିଶତ, ଟିଟିଲାଗଡରେ ୬୧.୯୧ ପ୍ରତିଶତ ଭୋଟିଂ ହୋଇଛି ।

ସୂଚନାନୁସାରେ,୫ଟି ଲୋକସଭା ଆସନରେ ୪୦ ଜଣ ପ୍ରାର୍ଥୀ ଥିବା ବେଳେ ୩୫ଟି ବିଧାନସଭା ଆସନ ପାଇଁ ୨୬୫ ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ୨୦୧୯ରେ ବିଜେପି ବରଗଡ଼, ବଲାଙ୍ଗୀର, ସୁନ୍ଦରଗଡ଼ ଲୋକସଭା ଆସନ ଜିତିଥିବାବେଳେ ବିଜେଡି ଆସିକା ଓ କନ୍ଧମାଳ ଆସନ ଜିତିଥିଲା ।

ସେହିପରି ୩୫ଟି ବିଧାନସଭା ଆସନରୁ ବିଜେଡି ଏକାକୀ ୨୬ଟି ଆସନ ଜିତିଥିବାବେଳେ ଉଭୟ ବିଜେପି ଓ କଂଗ୍ରେସ ୪ଟି ଲେଖାଏଁ ଆସନ ଜିତିଥିଲେ । ସିପିଆଇଏମ୍ ଗୋଟିଏ ଆସନ ଜିତିଥିଲେ ।

Comments are closed, but trackbacks and pingbacks are open.