ରିଜର୍ଭେସନ ରେଳ ଟିକେଟ ର ତାରିଖ ବଦଳାଇବା ପାଇଁ ନୂଆ ନିୟମ

97

ଟ୍ରେନ ଯାତ୍ରା ଭାରତୀୟ ମାନଙ୍କ ପାଇଁ ସୁଲଭ ଓ ଆରମ୍ଭ ଦାୟକ ହୋଇଥାଏ ଇ ତେଣୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରିଥାନ୍ତି I ଯେଉଁ ମାନେ ପ୍ରତିଦିନ ରେଳ ରେ ଯା’ଆସ କରନ୍ତି ସେମାନେ ଡେ଼ଲି ପାସେଞ୍ଜର ହିସାବ ରେ ଏବଂ ଅନ୍ୟପ୍ରକାରେ ଅଗ୍ରିମ ଟିକଟ ବୁକିଂ କରିବାକୁ ପଡିଥାଏ I କିନ୍ତୁ ଅନେକ ସୁବିଧା ଅସୁବିଧା ସମୟରେ ଆମକୁ ଟିକେଟ ବାତିଲ କରିବାକୁ ପଡେ ବା ତାରିଖ ବଦଳାଇବାକୁ ପଡେ । ଟିକଟ ବାତିଲ ପାଇଁ ରେଳ ବିଭାଗ ପାସେଞ୍ଜର ଙ୍କ ଠାରୁ କିଛି ଟଙ୍କା କାଟୁଥିଲା । ହେଲେ ଏବେ ଏମିତି ନିୟମ ରହିଛି ବିନା ବାତିଲ କରି ବି ଆପଣ ଯାତ୍ରା ତାରିଖ ବଦଳାଇପାରିବେ । ଆଇଆରସିଟିସି ତରଫରୁ ଯାତ୍ରୀଙ୍କ ପାଇଁ ଅନେକ ସୁବିଧା ଉପଲବ୍ଧ ହୋଇଛି । ସମୟ ସମୟରେ ଏହି ସବୁ ନିୟମରେ ପରିବର୍ତ୍ତନ ବି ହୋଇଥାଏ । ଏଭଳି ଏକ ନିୟମ ଟିକେଟ ବାତିଲ ହେବାକୁ ନେଇ ହୋଇଛି । ଯଦି କୌଣସି କାରଣରୁ ପାସେଞ୍ଜର ତାଙ୍କ ଯାତ୍ରାର ତାରିଖ ବଦଳାଇବାକୁ ଚାହୁଁଛନ୍ତି । ତାହାଲେ ରେଳ ନିୟମ ଅନୁସାରେ କନଫର୍ମ/ଆରଏସି/ୱେଟିଂ ଲିଷ୍ଟର ଟିକେଟକୁ ବିନା ବାତିଲ କରି ତାରିଖ ବଦଳାଇପାରିବେ । କିନ୍ତୁ ଏହି ସୁବିଧା କେବଳ ଥରେ ହିଁ ମିଳିପାରିବ ।ପାସେଞ୍ଜର ଚାହିଁଲେ ଟିକେଟ କ୍ଲାସକୁ ବି ପରିବର୍ତ୍ତନ କରିପାରିବେ । ଏଥିପାଇଁ ପାସେଞ୍ଜର ଙ୍କୁ ଟ୍ରେନର ଡିର୍ପାଚର ସମୟର ୪୮ ଘଣ୍ଟା ପୂର୍ବରୁ ରିସରଭେସନ କାଉଣ୍ଟରରେ ଆପଣଙ୍କ ଟିକେଟ ଦେବାକୁ ହେବ । ପୂର୍ବରୁ ଟିକେଟ ବାତିଲ କରିବା ପାଇଁ ଯାତ୍ରୀଙ୍କୁ ଫାଇନ ଦେବାକୁ ପଡୁଥିଲା । ଏବେ ଭାରତୀୟ ରେଳ ବିଭାଗ ଯାତ୍ରୀ ଙ୍କ ସୁବିଧା ନିମନ୍ତେ ଫାଇନ ବ୍ୟବସ୍ଥା ରେ ପରିବର୍ତ୍ତନ କରିଛି ଏହି ବିଷୟ ରେ ଅଧିକ ଜାଣିବା ପାଇଁ ରେଳ ବିଭାଗ ସହିତ ଯୋଗାଯୋଗ କରିପାରିବେ I

Leave A Reply

Your email address will not be published.