ଗହମ ବଦଳର ଅଳଙ୍କାର ଦାନ କରିଦେଲେ

45

ସୀକର: ରାଜସ୍ଥାନର ସୀକରରେ ଭୈରୁ ଜୀ ମନ୍ଦିରରେ ଏକ ଆଶ୍ଚର୍ଯ୍ୟଚକିତ ଘଟଣା ଦେଖିବାକୁ ମିଳିଛି । ଭଗବାନଙ୍କୁ ଦର୍ଶନ କରିବା ପାଇଁ ଆସିଥିବା ଏକ ପରିବାର ଭୁଲରେ ଗହମ ବଦଳରେ ଅଳଙ୍କାର ଥିବା ପୁଟୁଳୀ ଅର୍ପଣ କରିଥିଲେ । କାରରେ ଯେତେବେଳେ ଏହା ସେମାନେ ଜାଣିଲେ ସେମାନଙ୍କ ମୁଣ୍ଡ କାମ କରି ନ ଥିଲା । ସେମାନେ ମନ୍ଦିର କମିଟି ନିକଟରେ ଏ ସମ୍ପର୍କରେ ଜଣାଇଥିଲେ । ସିସିଟିଭିରେ ସମସ୍ତ ଘଟଣା ଦେଖିବା ପରେ କମିଟି ସେମାନଙ୍କୁ ଗହଣା ପୁଟୁଳୀ ପ୍ରଦାନ କରିଥିଲେ ।

ଘରୁ ଯେତେବେଳେ ସେମାନେ ବାହାରିଥିଲେ ଲିଛମା ଦେବୀ ଗହମ ପୁଟୁଳୀ ପ୍ରଥମେ ବାନ୍ଧିଥିଲେ । ପରେ ସେ ଗହଣାଗୁଡିକ ସୁରକ୍ଷିତ ରଖିବା ପାଇଁ ଆଉ ଏକ ପୁଟୁଳୀ କରିଥିଲେ । ତରବରିଆ ଭାବେ ଆସିଲା ବେଳେ ସେ ଗହମ ବଦଳରେ ଅଳଙ୍କାର ପୁଟୁଳୀ ନେଇ ଆସିଥିଲେ । ଗହଣା ମିଳିବା ପରେ ପରିବାର ଲୋକ ଆଶ୍ୱସ୍ତି ହୋଇଛନ୍ତି ।

Comments are closed, but trackbacks and pingbacks are open.