ଦୁର୍ଘଟଣା; ୨ମୃତ

222

ଭୁବନେଶ୍ବର: ଭାରସାମ୍ୟ ହରାଇ ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍। ସୁବର୍ଣ୍ଣପୁର ଜିଲ୍ଲା ଜାତୀୟ ରାଜପଥ-୫୭ର ହରିଡ଼ଖୋଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଡ୍ରାଇଭର ଓ ହେଲପରଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଡ୍ରାଇଭର ଦମ୍ବରୁଧର ସ୍ୱାଇଁ ଓ ହେଲପର ଶିବ୍ରମ ଗୌଡ଼। ଆଜି ସକାଳେ ଯାତ୍ରୀବାହୀ ବସ୍‌ଟି ଜୟପୁରରୁ କଟକ ଅଭିମୁଖେ ଯାଉଥିଲା। ହରିଡ଼ଖୋଲ ନିକଟରେ ବସ୍‌ଟି ଟ୍ରକକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ବସ୍ ଡ୍ରାଇଭର ଓ ହେଲପରଙ୍କର ମୃତ୍ୟୁ ଘଟିଛି। ଏତେ ବଡ଼ ଦୁର୍ଘଟଣାରେ ୪୦ଜଣ ଯାତ୍ରୀ ବର୍ତ୍ତି ଯାଇଛନ୍ତି।  ସୋନପୁର ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। ଏହାସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Comments are closed, but trackbacks and pingbacks are open.