ଟିକେଟ ଫେରାଇ ନେବାରୁ ଇସ୍ତଫା

95

ଭୁବନେଶ୍ୱର: ବର୍ତ୍ତମାନର ନିର୍ବାଚନୀ ମାହୋଲ ଭିତରେ ଦଳ ଅଦଳ ବଦଳ ଭଳି ଟିକେଟ ଅଦଳ ବଦଳ ବି ହେଉଛି । କଂଗ୍ରେସରେ ଏଭଳି ଟିକେଟ ଅଦଳବଦଳ ଅଧିକ ହୋଇଛି । ତେବେ ଟିକେଟ ଫେରାଇ ନେବାରୁ ରାଜନେତା ଦଳରୁ ଇସ୍ତଫା ଦେବା ଭଳି ଏକ ବଡ଼ ଖବର ସାମନାକୁ ଆସିଛି ।  ଟିକେଟ ଫେରାଇ ନେବାରୁ ମୋହନ ହେମ୍ବ୍ରମ ଓ ତାଙ୍କ ପତ୍ନୀ କଂଗ୍ରେରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସ ଉପରେ ପ୍ରବଳ ବର୍ଷିବା ସହ ଉଭୟ ଦଳର ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେମାନେ କହିଛନ୍ତି ଯେ ଏଆଇସିସିର ନିଷ୍ପତ୍ତି ଆମକୁ ଲଜ୍ଜିତ କରୁଛି । ଟିକେଟ ଦେଇ ଦଳ ପୁଣି ଟିକେଟ କାଟୁଛି । ଯଦି ମୋର ଯୋଗ୍ୟତା ନଥିଲା ତେବେ ମୋତେ କାହିଁକି ଟିକେଟ ଦେଲେ । ୪୮ ଘଣ୍ଟାରେ ୫୦ ହଜାର ସହ ଖର୍ଚ୍ଚ ବାବଦ ୭ଲକ୍ଷ ଟଙ୍କା ନଦେଲେ କୋର୍ଟକୁ ଯିବି ବୋଲି ମୋହନ ହେମ୍ବ୍ରମ କହିଛନ୍ତି ।

Comments are closed, but trackbacks and pingbacks are open.