ଶ୍ରୀକାନ୍ତ ଜେନାଙ୍କୁ ବାଲେଶ୍ୱର ଟିକେଟ

145

ଭୁବନେଶ୍ୱର: ରାଜ୍ୟର ଆଉ ୯ ଲୋକସଭା ଆସନ ପାଇଁ  ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ବାଲେଶ୍ୱରରୁ ଦଳ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ଟିକେଟ୍ ଦେଇଛି। ବାଲେଶ୍ୱରରେ ଶ୍ରୀକାନ୍ତ ଜେନାଙ୍କ ଲଢ଼େଇ ବିଜେପି ନେତା ତଥା ବର୍ତ୍ତମାନର ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡି ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ସହିତ ହେବ। ୨୦୧୯ରେ କଂଗ୍ରେସ ଏହି ଆସନରୁ ଦଳର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିଲା। ଶ୍ରୀକାନ୍ତ ଜେନା ବାଲେଶ୍ୱର ଲୋକସଭା ଆସନରୁ ୨୦୦୯ରେ ବିଜୟୀ ହୋଇଥିଲେ। ୨୦୧୪ରେ ସେ କଂଗ୍ରେସ ଟିକେଟରେ ଏଠାରୁ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ। ୧୯୯୬ରେ ଶ୍ରୀକାନ୍ତ କେନ୍ଦ୍ରାପଡ଼ା ଆସନରୁ ଜନତା ପାର୍ଟି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। 

Comments are closed, but trackbacks and pingbacks are open.