ଦୂତୀ ଙ୍କ ଅଭିଯୋଗ କ୍ରମେ ୱେବ ଚାନେଲ ସମ୍ପାଦକ ଥାନା ରେ ଅଟକ

31

ଓଡିଶା ର ସୁନାମ ଧନ୍ୟ ଧାବିକା ଦୁତି ଚାନ୍ଦ ଜଣେ ୱେବ ପୋର୍ଟାଲ ମାଲିକ ଙ୍କ ନାମ ରେ ଝାରପଡା ଥାନା ରେ ଅଭିଯୋଗ କରି ଥାନା ରେ ଏତଲା ଦେଇଛନ୍ତି I ଅଲିମ୍ପିଆନ୍ ଦୂତୀ ଚାନ୍ଦଙ୍କ ଏତଲା କ୍ରମେ ଭୁବନେଶ୍ୱର ମହିଳା ଥାନା ପୁଲିସ୍ ୱେବ ପୋର୍ଟାଲ ମାଲିକ ସୁଧାଂଶୁ ଶେଖର ରାଉତ ଙ୍କୁ ତାଙ୍କ ଝାରପଡ଼ା ସ୍ଥିତ ଅଫିସ୍‌ରୁ ଉଠାଇ ନେଇଛି। ଦୂତୀ ଅଭିଯୋଗ କରିଥିଲେ ଯେ ଅଲିମ୍ପିକସ ରେ ତାଙ୍କର ନିରାଶା ଜନକ ପ୍ରଦର୍ଶନ କୁ ନେଇ ତାଙ୍କ ଭଉଣୀ ସରସ୍ବତୀ ଚାନ୍ଦ କିଛି ବିବାଦୀୟ ମନ୍ତବ୍ୟ ଦେଇଥିଲେ, ଇହି ମନ୍ତବ୍ୟ କୁ ଉକ୍ତ ୱେବ ଚାନେଲ ଅତ୍ୟନ୍ତ ଅଶାଳୀନ ଭାଷା ପ୍ରୟୋଗ କରି ପ୍ରସାରଣ କରିଥିଲା I ଦୂତୀ ଆହୁରି କହିଛନ୍ତି ଯେ ଟୋକିଓରେ ଖେଳ ଉପରେ ଫୋକ୍‌ସ କରୁଥିବା ବେଳେ ସୁଧାଂଶୁ ଶେଖର ରାଉତ ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ, ବ୍ଲାକ୍‌ମେଲିଂ କରୁଥିଲେ ଓ ଟଙ୍କା ମାଗିଥିଲେ I ଦୂତୀ ଙ୍କ କହିବା ଅନୁସାରେ ତାଙ୍କର ସମ୍ପୂର୍ଣ୍ଣ ପାରିବାରିକ ଏବଂ ନିଜସ୍ୱ ବ୍ୟକ୍ତିଗତ ଘଟଣା କୁ ଏ ଭଳି ରଙ୍ଗରୂପ ଦେଇ ପ୍ରସାରଣ କରିବା ଦ୍ୱାରା,ସୋସିଆଲ ମିଡିଆରେ ତାଙ୍କ ର ବଦ୍ନାମ ହୋଇଛି ଏବଂ ଲୋକମାନ ଙ୍କ ଖରାପ ପ୍ରତିକ୍ରିୟା ମିଳିଛି Iଏହା ଫଳରେ ଦୂତୀ ଙ୍କର ସାମାଜିକ ପ୍ରତିଷ୍ଠା ମIନ ସମ୍ମାନ ଉପରେ ଆଞ୍ଚ ଆସିଛି ଏବଂ ସେ ମାନସିକ ଭାବରେ ନିର୍ଯ୍ୟାତିତ ହେଇଛନ୍ତି I ସେଥିପାଇଁ ସେ ଉକ୍ତ ୱେବ ଚାନେଲ ମାଲିକ ଙ୍କ ଵିରୋଦ୍ଧ ରେ ମାନହାନି ମକଦ୍ଦମା କରିଛନ୍ତି I
ଏହି ଘଟଣା ଉପରେ ସମ୍ପୃକ୍ତ ୱେବ ଚାନେଲ ମାଲିକ ନିଜର ପ୍ରତିକ୍ରିୟା ରେ କହିଛନ୍ତି ଯେ ,ଦୂତୀ ଙ୍କ ଅଲିମ୍ପିକ ନୈରାଶ୍ୟଜନକ ପ୍ରଦର୍ଶନୀ ଉପରେ ଆମେ କେବଳ ପ୍ରତିକ୍ରିୟା ଚାହିଁଥିଲୁ I

Leave A Reply

Your email address will not be published.