ବିଜେଡି ଛାଡିଲେ ନୂଆପଡା ଜିଲ୍ଲା ଯୁବ ବିଜେଡି ସଭାପତି

23

ନୂଆପଡା: ବିଜେଡି ଛାଡିଲେ ନୂଆପଡା ଜିଲ୍ଲା ବିଜୁ ଜନତା ଦଳର ସଭାପତି ହରିଶ୍ଚନ୍ଦ୍ର ପଣ୍ଡା । ସେ ନିଜ ପଦ ଓ ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ର ଦଳର ସୁପ୍ରିମୋ ନବାନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ଏନେଇ ନିଜେ ହରିଶ୍ଚନ୍ଦ୍ର ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି ।

ନୂଆପଡା ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ଆସୁଥିଲେ ହରିଶ୍ଚନ୍ଦ୍ର । ମାତ୍ର ଢୋଲକିଆଙ୍କୁ ବିଜେଡି ପୁଣି ଟିକେଟ୍ ଦେବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି ।

ହରିଶ୍ଚନ୍ଦ୍ର ଆହୁରି କହିଛନ୍ତି ଯେ, ‘ବହୁ ବିକ୍ଷୋଭ ସତ୍ତ୍ୱେ ଦଳ ସବୁବେଳେ ଆମକୁ ଅଣଦେଖା କରି ଆସୁଥିଲା । ବହୁ ବିରୋଧ କରିବା ସତ୍ତ୍ୱେ ଭ୍ରଷ୍ଟାଚାରୀ ବ୍ୟକ୍ତିକୁ ଟିକେଟ୍ ଦେଲେ । ତେଣୁ ମୁଁ ବିଜେଡିର ସମସ୍ତ ଦାୟିତ୍ୱ ଓ ଦଳର ପ୍ରାଥମିକ ପଦରୁ ଇସ୍ତଫା ଦେଉଥିବା କହିଛନ୍ତି ହରିଶ୍ଚନ୍ଦ୍ର’ ।

Comments are closed, but trackbacks and pingbacks are open.