ରେଳ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

108

ନୂଆଦିଲ୍ଲୀ/ଭୁବନେଶ୍ବର: ଦେଶବାସୀଙ୍କୁ ୪୧ ହଜାର କୋଟି ମୂଲ୍ୟର ୨ ହଜାରରୁ ଅଧିକ ରେଳ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିସି ଜରିଆରେ ଅମୃତ ଭାରତ ଷ୍ଟେସନ ଯୋଜନାରେ ୫୫୪ଟି ରେଳ ଷ୍ଟେସନର ପୁନଃବିକାଶ ପାଇଁ ଶିଳାନ୍ୟାସ କରିଛନ୍ତି ।

୨୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ଏହି ଷ୍ଟେସନଗୁଡ଼ିକର ପୁନଃବିକାଶ ପାଇଁ ଖର୍ଚ୍ଚ ହେବ ୧୯ ହଜାର କୋଟିରୁ ଅଧିକ ଟଙ୍କା । ଏହି ଷ୍ଟେସନଗୁଡ଼ିକ ସହରର ଉଭୟ ପାର୍ଶ୍ୱକୁ ମିଶାଇ ‘ସିଟି ସେଣ୍ଟର’ ଭାବେ କାର୍ଯ୍ୟ କରିବ ।

ଏହି ଷ୍ଟେସନ ଗୁଡ଼ିକରେ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ରହିବ । ଯେପରିକି ଉନ୍ନତ ଆଧୁନିକ ପ୍ଲାଟଫର୍ମ, କିଡ୍ସ ପ୍ଲେ ଏରିଆ, କିଓସ୍କ, ଫୁଡ୍ କୋର୍ଟ, ରୁଫ୍ ପ୍ଲାଜା, ସୁନ୍ଦର ଲ୍ୟାଣ୍ଡସ୍କେପିଂ, ଇଣ୍ଟର ମୋଡାଲ କନେକ୍ଟିଭିଟି ଇତ୍ୟାଦି । ସ୍ଥାନୀୟ ସଂସ୍କୃତି ଓ ଲୋକକଳାରେ ଚିତ୍ରୀତ ହେବ ସମସ୍ତ ଷ୍ଟେସନ ।

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ୧୫ଶହ ରୋଡ୍ ଓଭର ବ୍ରିଜ୍, ଅଣ୍ଡର ପାସ୍ ର ମଧ୍ୟ ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ।

ଏହି ଯୋଜନାରେ ଓଡ଼ିଶାକୁ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସରକାର । ଏହି ଷ୍ଟେସନ ଗୁଡ଼ିକ ମଧ୍ୟରେ ଓଡ଼ିଶାରେ ୨୧ଟି ଷ୍ଟେସନ ରହିଛି । ଓଡ଼ିଶାରେ ୫୦ରୁ ଅଧିକ ଓଭରବ୍ରିଜ୍‌ ତଥା ଗଳାପୋଲର ଶିଳାନ୍ୟାସ କଲେ ମୋଦି ।

ସେହିପରି ଉତ୍ତରପ୍ରଦେଶର ଗୋମତୀନଗର ଷ୍ଟେସନର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ୩୮୫ କୋଟି ଟଙ୍କା ବ୍ୟୟରେ ଏହାର ପୁନଃବିକାଶ କରାଯାଇଛି ।

Comments are closed, but trackbacks and pingbacks are open.