ଟୋକିଓ ପାରାଅଲିମ୍ପିକ୍ସ : ଭାରତ ର ଗୋଟିଏ ଦିନ ରେ ୪ ପଦକ ହାସଲ

34

ଟୋକିଓ ପାରାଅଲିମ୍ପିକ୍ସ ରେ ଆଜି ଭାରତ ପାଇଁ ସଫଳତା ର ଦିନ Iଅଲିମ୍ପିକ୍ସରେ ଆଜି ସକାଳେ ଭାରତ ଆଉ ୪ଟି ପଦକ ହାସଲ କରିଛି ଏହା ସହିତ ଭାରତ ର ପଦକ ସଂଖ୍ୟା ୭ ରେ ପହଂଚିଛି । ଭାରତର ପାରା ସୁଟର ଅବନୀ ଲେଖାରା ଇତିହାସ ସୃଷ୍ଟି କରିଛନ୍ତି । ଅବନୀ ମହିଳା ୧୦ ମିଟର ଏୟାର ରାଇଫଲର କ୍ଲାସ ଏସ୍ଏଚ୍ ୧ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଅବନୀ ମୋଟ୍ ୨୪୯.୬ ସ୍କୋର କରିଥିଲେ । ଫାଇନାଲରେ ଜବରଦସ୍ତ ପ୍ରଦର୍ଶନ କରିବା ଗୋଲଡ୍ ମେଡାଲ ଜିତିଛନ୍ତି । ପାରା ଅଲିମ୍ପିକ୍ସ ଇତିହାସ ସୁଟିଂରେ ଭାରତର ଏହା ପ୍ରଥମ ସ୍ୱର୍ଣ୍ଣ ପଦକ । ଏହା ସହ ଅବନୀ ହେଉଛନ୍ତି ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା । ଗୋଲ୍ଡ ମେଡାଲ ଜିତିବା ପରେ ଅବନୀ ଙ୍କ ପରିବାରରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ସେହିପରି ଟୋକିଓ ପାରା ଅଲିମ୍ପିକ୍ସ ଡିସ୍କସ୍ ଥ୍ରୋରେ ଭାରତର ଯୋଗେଶ କଥୁନିଆ ରୌପ୍ୟ ପଦକ ଜିତିଛନ୍ତି । ଡିସ୍କସ୍ ଥ୍ରୋ ଏଫ୍୫୬ ଫାଇନାଲର ଦ୍ୱିତୀୟ ସ୍ଥାନରେ ରହିଥିଲେ ଯୋଗେଶ । ଷଷ୍ଠ ଓ ଶେଷ ପ୍ରୟାସରେ ୪୪.୩୮ ମିଟର ଫିଙ୍ଗି ରୌପ୍ୟ ପଦକ ନିଜ ନାଁରେ କରିଥିଲେ । ତାଙ୍କର ପ୍ରଥମ, ତୃତୀୟ ଓ ଚତୁର୍ଥ ପ୍ରାୟସ ବିଫଳ ହୋଇଥିଲା । ଦ୍ୱିତୀୟ ଓ ପଂଚମ ପ୍ରୟାସରେ ୪୨.୮୪ ଓ ୪୩.୫୫ ମିଟର ଫିଙ୍ଗିଥିଲେ । ବ୍ରାଜିଲ୍ ଖେଳାଳି ୪୫.୨୫ ମିଟର ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିଥିଲେ । ଯୋଗେଶଙ୍କର ଏହା ହେଉଛି ପ୍ରଥମ ପାରା ଅଲିମ୍ପିକ୍ସ । ସେହିପରି ଜାଭେଲିନ୍ ଥ୍ରୋରେ ଭାରତକୁ ଆଉ ଦୁଇଟି ମେଡାଲ ମିଳିଛି । ଜାଭେଲିନ୍ ଥ୍ରୋରେ ଦେବେନ୍ଦ୍ର ଝାଝାରିଆ ରୌପ୍ୟ ପଦକ ଜିତିଛନ୍ତି । ସୁନ୍ଦର ସିଂହ ଗୁଜର ବ୍ରୋଂଜ ପଦକ ହାସଲ କରିଛନ୍ତି । ଏହା ସହ ଭାରତର ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି I

Leave A Reply

Your email address will not be published.