କେନ୍ଦୁଝର ଜୁଡ଼ିଆ ଘାଟିରେ ସିରିଜ ଦୁର୍ଘଟଣା; ୭ ଗୁରୁତର

46

କେନ୍ଦୁଝରଗଡ଼: କେନ୍ଦୁଝର ଟାଉନ ଥାନା ଜୁଡ଼ିଆ ଘାଟି ଠାରେ ସିରିଜ ଦୁର୍ଘଟଣା ଘଟିଛି । ସୋମବାର ସକାଳୁ ଟାଉନ ଥାନା ଅନ୍ତର୍ଗତ ସାମଲ ମୋଟର ସମ୍ମୁଖରେ ଏହି ସିରିଜ୍ ଦୁର୍ଘଟଣା ଘଟିଛି।  ଖବର ଅନୁଯାୟୀ ଏକା ସାଙ୍ଗରେ ୩ଟି ଟ୍ରକ ଏଵଂ ୪ଟି ବାଇକକୁ ଧକ୍କା ଦେଇଛି ଆଉ ଏକ ଟ୍ରକ। ଏହି ଦୁର୍ଘଟଣାରେ ୪ଟି ବାଇକ୍ ଭାଙ୍ଗି ଚୂରମାର ହୋଇ ଯାଇଥିବାବେଳେ ୭ ଜଣ ଗୁରୁତର ହୋଇଛନ୍ତି।

ସମସ୍ତ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ଏକ ଟ୍ରକ୍ କଲିକତା ଅଭିମୁଖେ ଯାଉଥିଲା। ଘାଟିରୁ ଓହ୍ଲାଇବା ସମୟରେ ଟ୍ରକର ବ୍ରେକ ଫେଲ୍ ହୋଇଯିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ଘଟଣା ସ୍ଥଳରେ ପୁଲିସ୍  ଓ ଅଗ୍ନିଶମ ବିଭାଗ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଗୁରୁତରଙ୍କ ପରିଚୟ ମିଳିନଥିବାବେଳେ ସମସ୍ତେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି। ଟାଉନ ଥାନା ପୁଲିସ ଏହାର ଅଧିକ ତଦନ୍ତ ଜାରି ରଖିଛି।

Comments are closed, but trackbacks and pingbacks are open.