5T ଅଧ୍ୟକ୍ଷଙ୍କ ଦିନିକିଆ ନୂଆପଡ଼ା ଗସ୍ତ

39

ନୂଆପଡ଼ା: ଶୁକ୍ରବାର ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତ କରିଛନ୍ତି 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ। ଜିଲ୍ଲା ଗସ୍ତରେ ଆସି ନୂଆପଡା ନ୍ୟାସନାଲ କଲେଜରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ। ଏହା ସହ ବୋଡେ଼ନ ବ୍ଲକ ବିନପୁର ଠାରେ ପହଂଚି ଜନସାଧାରଣଙ୍କ ସହ କଥାବାର୍ତ୍ତା ହୋଇଥିଲେ ।

ଏହି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କୁ ଅବଗତ କରାଇଲେ। ଗତ ମେ ମାସରେ ନୂଆପାଡା ଜିଲ୍ଲା ଗସ୍ତ ସମୟରେ ପାଇଥିବା ୮୪୦ ଗୋଟି ଅଭିଯୋଗ ପତ୍ର ମଧ୍ୟରୁ ୭୮୦ ଅଭିଯୋଗର ସମାଧାନ ହୋଇଥିବା ପ୍ରକାଶ କରିଛନ୍ତି । ଏଥିପାଇଁ ରାଜ୍ୟ ସରକାର ପାଞ୍ଚ ଶହ ଅଶୀ କୋଟି ଟଙ୍କା ମଞ୍ଜୁର କରିଥିବା ପ୍ରକାଶ କରିଛନ୍ତି । ଏଥିରେ ନୂଆପଡାରୁ କୋମନା, ବୋଡେ଼ନ, ସିନାପାଲି, ଖଦିଆଲର ବିଭିନ୍ନ ପ୍ରକଳ୍ପ, ମନ୍ଦିର, ଗୀର୍ଜା, ମସଜିଦ ଭଳି କାର୍ଯ୍ୟ ରହିଥିବା ସୂଚନା ଦେଇଛନ୍ତି ।

ଯେତେ ସବୁ ଆବେଦନ ସମାଧାନ ହୋଇ ପାରିନାହିଁ ତାହା ମଧ୍ୟ ତୁରନ୍ତ ସମାଧାନ ହେବ, କିଛି କମ ଦିନ ମଧ୍ୟରେ ନିର୍ବାଚନ ତାରିଖ ଘୋଷଣା ହେବ ଆପଣମାନଙ୍କ ଭଲ ପାଇବା ଯଦି ରହିବ ନିଶ୍ଚିତ ନିର୍ବାଚନର ୧୦ ରୁ ୧୫ ଦିନ ମଧ୍ୟରେ ସବୁ ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଏହି ଅଵସର ନୂଆପଡା ପର୍ଯ୍ୟବେକ୍ଷକ ସ୍ନେହାଙ୍ଗିନୀ ଛୁରିଆ ମଧ୍ୟ ଉପସ୍ଥିତ ରହି ଶାସକ ଦଳର ବିକାଶ ଯୋଜନା ବିଷୟରେ ମତ ରଖିଥିଲେ। ଏହି ଅଵସର ଜିଲ୍ଲା ସମ୍ପାଦକ ଲମ୍ବୋଦର ନିଆଲ ମଧ୍ୟ ଦଳର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। 5T ଅଧ୍ୟକ୍ଷଙ୍କ ଏହି ଗସ୍ତ ସମୟରେ ହଜାର ହଜାର ଲୋକଙ୍କ ସମାଗମ ବିଜେଡିକୁ ଭଲ ପାଇବାର ଆଶା ସଂଚାର କରିଥିଲା।

Comments are closed, but trackbacks and pingbacks are open.