ପ୍ରାଣ ପ୍ରତିଷ୍ଠା ଦିନ ଜଳିବ ୭ ଫୁଟ୍ ଉଚ୍ଚତା ସହ ୧୩ ଫୁଟ୍ ଚଉଡାର ବିରାଟ ଦୀପ

42

ଆସନ୍ତା ୨୨ ତାରିଖରେ ଭାରତର ଇତିହାସରେ ଯୋଡା ହେବାକୁ ଯାଉଛି ଏକ ନୂଆ ଅଧ୍ୟାୟ । ଏହି ଦିନ ଅଯୋଧ୍ୟାର ବହୁପ୍ରତୀକ୍ଷିତ ନବନିର୍ମିତ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଯାହାକୁ ନେଇ ବର୍ତ୍ତମାନ ସାରା ଭାରତ ଏବଂ ବିଶ୍ବରେ ଥିବା ହିନ୍ଦୁ ସମାଜ ଉତ୍ସାହିତ ଅଛନ୍ତି । ବିଭିନ୍ନ ସଂଗଠନ ଓ ସଂସ୍ଥା ମଧ୍ୟ ନିଜ ନିଜର ନିଆରା ଢଙ୍ଗରେ ଉତ୍ସବ ମନାଇବାକୁ ପ୍ରସ୍ତୁତି ଚଳାଇଛନ୍ତି । ପୁରା ଦେଶ ଏବେ ଉତ୍ସବ ମୁଖର ହୋଇ ଉଠିଥିବାବେଳେ ଏଥିରୁ ବାଦ୍ ପଡ଼ିନାହିଁ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ।

ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସହରକୁ ବିଭିନ୍ନ ରଙ୍ଗବେରଙ୍ଗରେ ସଜା ସଜି ଆରମ୍ଭ ହୋଇଥିବା ବେଳେ ସ୍ଥାନୀୟ ବ୍ଲକ୍ ରୋଡରେ ଏକ ବିରାଟ ଦୀପ ନିର୍ମାଣ କାର୍ଯ୍ୟ ଚାଲିଛି । ଯାହା ସାରା ଭାରତରେ ରେକର୍ଡ କରିବ ବୋଲି କର୍ମକର୍ତ୍ତା ମାନେ ଆଶା କରିଛନ୍ତି । ଏହି ଦୀପଟି ସମ୍ପୂର୍ଣ ମାଟିରେ ତିଆରି ହୋଇଥିବା ବେଳେ ଏଥିରେ ୧୨୦୦୦ ଲିଟର ତେଲ ଧରିବ ବୋଲି ସୂଚନା ମିଳିଛି ।

ଏହି ଦୀପଟିର ଉଚ୍ଚତା ୭ ଫୁଟ  ଥିବା ବେଳେ ଏହାର ଚଉଡା ୧୩ ଫୁଟ ରହିଛି । ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଭଦ୍ରକ ସହରରେ ଏହି ବିରାଟ ଦୀପ ଜଳିବା ସହ ଭଜନ, କୀର୍ତ୍ତନ କରି ବହୁ ଆଡମ୍ବରରେ ଉତ୍ସବ ପାଳନ କରାଯିବ ବୋଲି ଜଣା ପଡିଛି।

Comments are closed, but trackbacks and pingbacks are open.