ଓଡ଼ିଶାରେ ପ୍ରଚାର କରିବେ ମୋଦି ଏବଂ ଶାହା

215

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ବିରୋଧୀ INDIA ମେଣ୍ଟ ଗଠନ କରିଛନ୍ତି। ମୋଦୀଙ୍କୁ ହରାଇବା ପାଇଁ ବିରୋଧୀ ସମସ୍ତ ପ୍ରକାରର ଚେଷ୍ଟ ଚଳାଇଛନ୍ତି। ସମାନ ଢଙ୍ଗରେ ବିଜେପି ଏହି ନିର୍ବାଚନ ଜିତିବା ପାଇଁ କୌଣସି ପ୍ରକାରର ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହିଁ। ଏଭଳି ସ୍ଥଳେ ଓଡ଼ିଶାରେ ୨୧ଟି ଯାକ ଲୋକସଭା ଆସନରେ ବିଜୟ ହାସଲ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ବିଜେପି।

ଏବେ ବିଜେପି ନଜରରେ ଓଡ଼ିଶା ଓ ପଶ୍ଚିମବଙ୍ଗ ରହିଛି। ପୂର୍ବରୁ ପଶ୍ଚିମବଙ୍ଗରେ ୪୨ଟି ଯାକ ଲୋକସଭା ଆସନ ପାଇଁ ୪୨ ଜଣ ପ୍ରଭାରୀଙ୍କୁ ନିଯୁକ୍ତ କରିସାରିଛି। ଏବେ ଓଡ଼ିଶାର ୨୧ଟି ଲୋକସଭା ଆସନ ପାଇଁ ୨୧ ଜଣଙ୍କୁ ପ୍ରଭାରୀଙ୍କୁ ନିଯୁକ୍ତ କରିବାକୁ ଯାଉଛି। ତେବେ ବିଜେପି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିଜେପିର ୨୧ ଜଣ କେନ୍ଦ୍ରୀୟ ନେତା ଓଡ଼ିଶାର ୨୧ଟି ଯାକ ଲୋକସଭା ଆସନରେ ନିର୍ବାଚନ ପ୍ରଚାର କରିବେ। ଓଡ଼ିଶା ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ର ଏନେଇ ସୂଚନା ଦେଇଛନ୍ତି। ଶ୍ରୀ ମିଶ୍ର କହିଛ୍ତି କି କେନ୍ଦ୍ର ଓ ରାଜ୍ୟ ନେତାଙ୍କୁ ନେଇ ସମସ୍ତ ୧୪୭ ବିଧାନସଭା ଆସନ ପାଇଁ ପ୍ରଭାରୀ ନିଯୁକ୍ତ କରାଯିବ।

ମୋଦି, ଶାହ, ଯୋଗୀ ମଧ୍ୟ କରିବେ ପ୍ରଚାର
ଶ୍ରୀ ମିଶ୍ର ଆହୁରି ମଧ୍ୟ ସୂଚନା ଦେଇ କହିଛନ୍ତି କି ଲୋକସଭା ସହିତ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଚାର ପାଇଁ ଓଡ଼ିଶା ଆସିବେ। ତେବେ ପରବର୍ତ୍ତି ସମୟରେ ସେମାନଙ୍କର ପ୍ରଚାର ସୂଚୀ ଧାର୍ଯ୍ୟ କରାଯିବ। ଶ୍ରୀ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ କି ଏହି ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ୨୧ ଜଣ କେନ୍ଦ୍ରୀୟ ନେତା ୨୧ଟି ଯାକ ଲୋକସଭା ନିର୍ବାଚନ ମଣ୍ଡଳୀ ଗସ୍ତ କରିବେ। ଏହା ସହିତ କେନ୍ଦ୍ରୀୟ ନେତା ଓ ରାଜ୍ୟର ନେତାଙ୍କୁ ସମସ୍ତ ବିଧାନସଭା ଆସନ ପାଇଁ ପ୍ରଭାରୀ ନିଯୁକ୍ତ କରାଯିବ।

ବୁଥ ସ୍ତରରେ ସଂଗଠନ ମଜବୁତ କରିବ ବିଜେପି
ସେ ଆହୁରି ମଧ୍ୟ କହିଥିଲେ କି ବୁଥ ସ୍ତରରେ ସଂଗଠନକୁ ମଜବୁତ କରିବାକୁ ବିଜେପି ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଉଛି। ଶାସକ ବିଜୁ ଜନତା ଦଳକୁ ଗାଦିଚ୍ୟୁତ କରିବାକୁ ବିଜେପି ପକ୍ଷରୁ ସମସ୍ତ ପ୍ରକାରର ପ୍ରୟାସ କରାଯିବ ବୋଲି ସେ ସୂଚନା ଦେଇଥିଲେ।

କେମିତି ରହିଛି ବର୍ତ୍ତମାନ ରାଜନୈତିକ ସ୍ଥିତି
ଏଠାରେ କହି ରଖୁ କି ଓଡ଼ିଶାର ଲୋକସଭା ନିର୍ବାଚନ ଓ ବିଧାନସଭା ନିର୍ବାଚନ ଏକସଙ୍ଗେ ହୋଇଥାଏ। ଗତ ବର୍ଷ ମୋଦୀ ସରକାରଙ୍କ ବିରୋଧରେ ବିରୋଧୀ ଅବିଶ୍ୱାସ ପ୍ରସ୍ତାବ ଆଣିଥିଲେ ସେହି ସମୟରେ ଶାସକ ବିଜୁ ଜନତା ଦଳ ବିଜେପିର ସମର୍ଥନ କରିଥିଲା। ଏହାକୁ ନେଇ ସେହି ସମୟରେ ବିଜେପି ଓ ବିଜେଡ଼ି ମଧ୍ୟରେ ଅଦୃଶ୍ୟ ମେଣ୍ଟ ସରକାର ଚାଲିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ବିଜେଡ଼ି ସହିତ କୌଣସି ମେଣ୍ଟ କରାଯିବ ନାହିଁ ବୋଲି ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ର ସ୍ପଷ୍ଟ କହିଥିଲେ। ବିଜେପି ଏହି ନିର୍ବାଚନକୁ ଏକା ଲଢିବାକୁ ନିଷ୍ପତ୍ତି ନେଇଥିଲା।

Comments are closed, but trackbacks and pingbacks are open.