ଅଯୋଧ୍ୟାରେ ପହଞ୍ଚିଲା ୨୪୦୦ କେଜିର ଘଣ୍ଟି ଜାଣନ୍ତୁ ଅଧିକ …

48

ଲକ୍ଷ୍ନୌ: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ହେବ । ମନ୍ଦିରର ଗର୍ଭଗୃହରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ମନ୍ଦିରରେ ୨୪୦୦ କିଲୋଗ୍ରାମର ଏକ ଘଣ୍ଟି ଲାଗିବ । ଏହି ଘଣ୍ଟି ଅଯୋଧ୍ୟାରେ ପହଞ୍ଚି ସାରିଛି । ରାମ ମନ୍ଦିରର ଉଦଘାଟନ ଜାନୁଆରୀ ୨୨ରେ ହେବ । ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଗଲାଣି । ମନ୍ଦିରରେ ସୁନାର କବାଟ ଲାଗି ସାରିଛି । ଏଥିସହ ଅନ୍ୟାନ୍ୟ ଜିନିଷର କାରୁ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି । ଏହିକ୍ରମରେ ଭବ୍ୟ ରାମ ମନ୍ଦିରରେ ଲାଗିବ ଦେଶର ସବୁଠାରୁ ବଡ଼ ଘଣ୍ଟି ।

୨୪ ଶହ କେଜି ଓଜନର ଏହି ଘଣ୍ଟି ବର୍ତ୍ତମାନ ଅଯୋଧ୍ୟାରେ ପହଞ୍ଚି ସାରିଛି । ଇଟାହ ଜିଲ୍ଲାର ଜାଲେସର ଅଞ୍ଚଳରେ ଏହି ବିଶାଳ ଘଣ୍ଟକୁ ତିଆରି କରାଯାଇଛି । ଅଷ୍ଟଧାତୁରେ ତିଆରି ହୋଇଥିବା ଘଣ୍ଟି ପ୍ରଥମେ ଜାଲେସର ଅଞ୍ଚଳରୁ ଟ୍ରେନ ଯୋଗେ ଅଯୋଧ୍ୟା ଆସିଥିଲା । ମଙ୍ଗଳବାର ଏହା ପହଞ୍ଚିବା ପରେ ସହରର ବିଭିନ୍ନ ସ୍ଥାନରେ ଏହାକୁ ବୁଲା ଯାଇଥିଲା ।

ଏହାପରେ ଆଜି ଘଣ୍ଟି ରାମ ମନ୍ଦିରରେ ପହଞ୍ଚିଛି । ୩୦ ଜଣ ଶ୍ରମିକ ବେଶ କିଛି ମାସର ପରିଶ୍ରମ ପରେ ଏହାକୁ ତିଆରି କରିଛନ୍ତି । ଧାତୁ ବ୍ୟବସାୟୀ ମିତ୍ତଲ ପରିବାର ପକ୍ଷରୁ ରାମ ମନ୍ଦିର ପାଇଁ ବିଶାଳ ଘଣ୍ଟିକୁ ଦାନ କରାଯାଇଛି । ବ୍ୟବସାୟୀ ଆଦିତ୍ୟ ମିତ୍ତଲ କହିଛନ୍ତି ଯେ ତାଙ୍କ ଭାଇ ବିକାଶ ରାମ ମନ୍ଦିରକୁ ଘଣ୍ଟି ଦାନ ଆକାରରେ ଦେବାକୁ ଇଚ୍ଛା ରଖିଥିଲେ । ଉକ୍ତ ଇଚ୍ଛାକୁ ସମ୍ମାନ ଜଣାଇ ମିତ୍ତଲ ପରିବାର ପକ୍ଷରୁ ଅଷ୍ଟଧାତୁରେ ନିର୍ମିତ ଘଣ୍ଟି ଦାନ କରାଯାଇଛି । ଏହାପୂର୍ବରୁ ଗୁଜରାଟର ବରୋଦ୍ରାରେ ରହୁଥିବା ଲୋକମାନେ ୩୬୧୦ କେଜି ଓ ୧୮୦ ଫୁଟ ଲମ୍ବାର ଧୂପକାଠି ରାମ ମନ୍ଦିରର ଉଦଘାଟନ ପାଇଁ ପଠାଇଥିଲେ । ଗୋଟିଏ ଟ୍ରକ ଯୋଗେ ବିଶାଳ ଧୂପ କାଠି ଅଯୋଧ୍ୟାରେ ପହଞ୍ଚିଛି ।

Comments are closed, but trackbacks and pingbacks are open.