କୁହୁଡି କଷ୍ଟ ; ୮୦ ବିମାନ ଉଡାଣରେ ବିଳମ୍ବ

79

 ଉତ୍ତର ଭାରତରେ ଘନ କୁହୁଡି କାରଣରୁ ଅନେକ ସମସ୍ୟା ସୃଷ୍ଟି ହୋଇଛି। ଦିଲ୍ଲୀ ଏନସିଆର ସମେତ ଉତ୍ତର ଭାରତରେ ଅଧିକାଂଶ ଅଞ୍ଚଳରେ ଦୃଶ୍ୟମାନ ହ୍ରାସ ପାଇଛି। ଏହାକୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀ ଆଇଜିଆଇ ବିମାନବନ୍ଦରରୁ ପ୍ରାୟ ୮୦ଟି ବିମାନ ବିଳମ୍ବରେ ଉଡାଣ ଭରିଛି। ଖରାପ ପାଗ କାରଣରୁ ବିମାନ ସେବା ପ୍ରଭାବିତ ହୋଇଛି। ଅଧିକାଂଶ ବିମାନ ଗୁଡିକ ନିର୍ଦ୍ଧାରିତ ସମୟ ନୁହେଁ ବରଂ ବିଳମ୍ବରେ ଉଡାଣ ଭରୁଛି।
ସୂଚନା ଅନୁଯାୟୀ ଦିଲ୍ଲୀ ବିମାନବନ୍ଦର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସକାଳ ୮:୩୦ ପର୍ଯ୍ୟନ୍ତ ବିମାନ ବନ୍ଦରରୁ ପ୍ରାୟ ୮୦ଟି ବିମାନ ବିଳମ୍ବ ହୋଇଛି। ବିମାନବନ୍ଦରର ଜଣେ ଅଧିକାରୀ କହିଛନ୍ତି, ଖରାପ ପାଗ ଯୋଗୁଁ ବିମାନ ସେବା ଅଧିକ ପ୍ରଭାବିତ ହେଉଛି। ଏହି କାରଣରୁ, ଅନେକ ବିମାନ କାର୍ଯ୍ୟସୂଚୀଠାରୁ ବହୁ ପଛରେ ଅଛି। ଏଥି ସହିତ ଅନେକ ଟ୍ରେନ୍ ମଧ୍ୟ ବିଳମ୍ବରେ ଚାଲୁଛି। ସୂଚନାନୁସାରେ, ତେଲେଙ୍ଗାନା ଏକ୍ସପ୍ରେସ ୩.୪୦ ଘଣ୍ଟା, ପଞ୍ଜାବ ମେଲ ୬.୦୭, ଗୋରଖଧାମ ଏକ୍ସପ୍ରେସ, ଶ୍ରମଶକ୍ତି ଏକ୍ସପ୍ରେସ, ଲଖନଉ ମେଲ, ଦାଦର ଏକ୍ସପ୍ରେସ, ବାନ୍ଦ୍ରା-ଶ୍ରୀମତ୍‌‌ ବୈଷ୍ଣୋ ଦେବୀ ସମେତ ଅନେକ ଟ୍ରେନ ଅନ୍ତର୍ଭୁକ୍ତ।
ଜାମ୍ମୁ କାଶ୍ମୀରରେ ଶ୍ରୀନଗର -୨୫, ଅମୃତସର, ଚଣ୍ଡିଗଡ଼, ପଟିଆଲା -୨୫ ,ପଞ୍ଜାବରେ, ହରିୟାଣାର ଅମ୍ବାଲା -୨୫, କର୍ଣ୍ଣାଲ, ହିସାର -୫୦, ଦିଲ୍ଲୀର ଆୟାନଗର, ସଫଦରଜଙ୍ଗ -୨୦୦, ପାଲାମ, ଦିଲ୍ଲୀ-ରିଜ -୫୦୦, ପଶ୍ଚିମ ଉତ୍ତରପ୍ରଦେଶ ଝାନସୀ, ମେରଠ -୫୦, ପୂର୍ବ ଉତ୍ତରପ୍ରଦେଶର ଗୋରଖପୁର -୨୦୦, ଲଖନଉ, ବାରାଣାସୀ, ସୁଲତାନପୁର -୫୦୦, ପୂର୍ବ ମଧ୍ୟପ୍ରଦେଶର ସତନା -୨୫, ଖଜୁରାହୋ, ଟିକାମଗଡ, ଦାମୋ -୫୦, ଗୁନା -୨୦୦, ଗ୍ୱାଲିଅର, ଭୋପାଳ -୫୦୦, ମିଟର କୁହୁଡି ରେକର୍ଡ କରାଯାଇଥିଲା।

Comments are closed, but trackbacks and pingbacks are open.