ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ଘଟି ହାଇଟେକ ହସ୍ପିଟାଲର ୪ କର୍ମଚାରୀ ଆହତ

1,163

ଭୁବନେଶ୍ୱର : ହାଇଟେକ୍‌ ହସ୍ପିଟାଲରେ ବିସ୍ଫୋରଣ। ହସ୍ପିଟାଲ ପରିସରରେ ଥିବା ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣରେ ୪ ଜଣ ଆହତ ହୋଇଥିବା ଜଣାପଡ଼ିଛି। ହସ୍ପିଟାଲ ତୃତୀୟ ମହଲାରେ ଏସି ଗ୍ୟାସ୍‌ ଫିଲିଂ ବେଳେ ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଥିଲା I ତେବେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ହସ୍ପିଟାଲ କର୍ତୃପକ୍ଷ ସୂଚନା ଦେଇଛନ୍ତି I

ବିସ୍ଫୋରଣକୁ ନେଇ ହସ୍ପିଟାଲ କତୃପକ୍ଷ ସୂଚନା ଦେଇ କହିଛନ୍ତିକି, ହସ୍ପିଟାଲରେ କୌଣସି ଅଗ୍ନିକାଣ୍ଡ ହୋଇନାହିଁ I ସମସ୍ତ ରୋଗୀ ସୁରକ୍ଷିତ ଅଛନ୍ତି I ପରିସରରେ ନିର୍ମାଣ କାମ ଚାଲିଥିବା ବେଳେ ଏସି କଣ୍ଟେନରରେ ବିସ୍ଫୋରଣ ଘଟିଥିଲା । ଏଥିରେ ୩ରୁ ୪ ଜଣ କର୍ମଚାରୀ ସାମାନ୍ୟ ଆହତ ହୋଇଥିଲେ । ସେମାନଙ୍କର ଚିକିତ୍ସା ଚାଲିଛି I ସମସ୍ତେ ସୁସ୍ଥ ରହିଛନ୍ତି I

Comments are closed, but trackbacks and pingbacks are open.