ଆଶ୍ଚର୍ଯ୍ୟ କରିଦବ ଫାଲ୍ଗୁନି ପାଠକଙ୍କର ଏହି କାହାଣୀ

34

ମୁମ୍ବାଇ: ସଂଗୀତ ଦୁନିଆରେ ଏକ ଏପରି ସମୟ ଥିଲା ​​ଯେତେବେଳେ କେବଳ ଫାଲ୍ଗୁନି ପାଠକଙ୍କ ଗୀତ ସମସ୍ତଙ୍କ ଓଠରେ ଥିଲା | ‘ମେନ୍ ପାୟଲ୍ ହେ ଛନକାଇ’ ପରି ଗୀତ ରାତାରାତି ତାଙ୍କୁ କରିଥିଲା ଷ୍ଟାର୍ | ୧୯୯୮ ରୁ ୨୦୦୨ ପର୍ଯ୍ୟନ୍ତ ଅର୍ଥାତ୍ ୫ ବର୍ଷ ପାଇଁ ତାଙ୍କର ଯାଦୁ ସମସ୍ତଙ୍କ ମନକୁ ଛୁଇଁ ଯାଇଥିଲା । କିନ୍ତୁ ହଠାତ୍ ଏପରି କ’ଣ ହେଲା ଯେ ସେ ହଠାତ୍ ସଂଗୀତ ଦୁନିଆରୁ ଉଭାନ୍ ହୋଇଗଲେ? ତେବେ ଆସନ୍ତୁ ଜାଣିବା ଫାଲ୍ଗୁନିଙ୍କ ସହ ଜଡିତ କିଛି ଅଜଣା କଥା …

ହୁଏତ ଆଜି ଫାଲ୍ଗୁନିଙ୍କ ଗୀତ ନବରାତ୍ରୀ ଏବଂ ଦାଣ୍ଡିଆଙ୍କ ସ୍ୱତନ୍ତ୍ର ଗୀତ ମଧ୍ୟରେ ସୀମିତ ହୋଇ ରହିଯାଇଛି, କିନ୍ତୁ ଏପରି ଏକ ସମୟ ଥିଲା ଯେତେବେଳେ ସେ ତାଙ୍କ ଦ୍ଵରର ଯାଦୁରେ ଲୋକମାନଙ୍କୁ ପାଗଳ କରିଦେଇଥିଲେ | ୧୯୯୮ ରୁ ୨୦୦୨ ପର୍ଯ୍ୟନ୍ତ, ତାଙ୍କର ଗୀତଗୁଡ଼ିକ ଲୋକଙ୍କ ଓଠରେ ସବୁବେଳେ ଗୁଞ୍ଜରିତ ହେଉଥିଲା । ସେତେବେଳେ ସେ ଏତେ ଲୋକପ୍ରିୟ ହୋଇଥିଲେ ଯେ ଲୋକମାନେ ତାଙ୍କ ନୂଆ ଗୀତକୁ ଅତ୍ୟନ୍ତ ଉତ୍ସାହର ସହ ଅପେକ୍ଷା କରି ରହୁଥିଲେ |

କିନ୍ତୁ ଯେତେବେଳେ ଫାଲ୍ଗୁନି ନିଜ ସର୍ତ୍ତ ଅନୁସାରେ କାମ କରିବାକୁ ସ୍ଥିର କଲେ ସେତେବେଳେ ଫାଲ୍ଗୁନିଙ୍କ କ୍ୟାରିଅର୍ ହଠାତ୍ ପତନ ଆଡକୁ ଗତି କରିଥିଲା | ବାସ୍ତବରେ, ୧୯୯୮ ରେ, ଯେତେବେଳେ ଫାଲ୍ଗୁନିଙ୍କ ପ୍ରଥମ ସଂଗୀତ ଆଲବମ୍ ‘ୟାଦ ପିଆ କି ଆନେ ଲାଗି’ ମୁକ୍ତିଲାଭ କରିଥିଲା ​​ସେତେବେଳେ ଏହି ଆଲବମ୍ ଲୋକମାନଙ୍କୁ ପୁରା ଝୁମେଇ ଦେଇଥିଲା । ତାଙ୍କର ପ୍ରଥମ ଆଲବମର ଅତୁଳନୀୟ ସଫଳତା ଫାଲଗୁନିଙ୍କ ମନୋବଳକୁ ଆହୁରି ବଢାଇ ଦେଇଥିଲା । ପରବର୍ତ୍ତୀ ବର୍ଷ ଅର୍ଥାତ୍ ୧୯୯୯ ରେ ତାଙ୍କର ଦ୍ୱିତୀୟ ଆଲବମ୍ ମୁକ୍ତିଲାଭ କରିଥିଲା । ଯାହାର ନାଁ ଥିଲା ‘ମେନ୍ ପାୟଲ୍ ହେ ଛନକାଇ’ ।

ଫାଲଗୁନିଙ୍କ ଦ୍ୱିତୀୟ ଆଲବମ୍ ମଧ୍ୟ ଏକ ହିଟ୍ ହୋଇଥିଲା । ଏହିପରି ଭାବରେ ସେ ନିଜ ଆଲବମ୍ ସହିତ ସାରା ବିଶ୍ୱରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସେହି ସମୟ ମଧ୍ୟରେ, ଫାଲ୍ଗୁନିଙ୍କ ଗୀତ ବିବାହ ଠାରୁ ଆରମ୍ଭ କରି କୌଣସି ପ୍ରକାର ପାର୍ଟି ପର୍ଯ୍ୟନ୍ତ ସବୁଠାରେ ଶୁଣିବାକୁ ମିଳିଥିଲା । କିନ୍ତୁ ଏହି ସମୟ ମଧ୍ୟରେ ଏକ ବଡ ଭୁଲ କରିଦେଇଥିଲେ ଫାଲ୍ଗୁନି । ଯାହା ଦ୍ଵାରା ହଠାତ୍ ତାଙ୍କ କ୍ୟାରିଅର୍ ବୁଡ଼ିବାକୁ ଲାଗିଲା |

ମିଡିଆ ରିପୋର୍ଟ ଅନୁଯାୟୀ, ତାଙ୍କର ପ୍ରଥମ ଆଲବମ୍ ହିଟ୍ ହେବାପରେ, ଅନେକ ସଂଗୀତ ନିର୍ଦ୍ଦେଶକ ତାଙ୍କୁ ଚଳଚ୍ଚିତ୍ରରେ ଗୀତ ଗାଇବା ପାଇଁ ଅଫର ଦେଇଥିଲେ । କିନ୍ତୁ ଫାଲ୍ଗୁନି ସେହି ସମସ୍ତ ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ |ଫାଲ୍ଗୁନିଙ୍କର ଏହି ଏକ ଜିଦ୍ ତାଙ୍କ କ୍ୟାରିୟରରେ ଅନେକ କ୍ଷତି ଘଟାଇଲା | ବାସ୍ତବରେ, ସେ ଚଳଚ୍ଚିତ୍ରରେ ଗୀତ ଗାଇବାକୁ ଚାହୁଁନଥିଲେ । ଏକ ଇଣ୍ଟରଭ୍ୟୁରେ ଯେତେବେଳେ ଫାଲ୍ଗୁନିଙ୍କୁ ପଚରାଗଲା ଯେ, ବର୍ଷ ବର୍ଷ ଧରି ସେ କାହିଁକି ଏତେ ଲୋ-ପ୍ରୋଫାଇଲରେ ରହୁଛନ୍ତି ତାହାର ଉତ୍ତର ସ୍ଵରୁପ ସେ କହିଥିଲେ ଯେ, ‘ ମୁଁ ବର୍ଷସାରା ଶୋ କରେ, କିନ୍ତୁ ମୁଁ ସେତେଲା ମିଡିଆ-ପ୍ରେମୀ ନୁହେଁ | ଏହା ମୋର ପ୍ରକୃତି। ମୁଁ ସର୍ବଦା ଏହିପରି ହିଁ ରୁହେ।‘ ସେ ଆହୁରି ମଧ୍ୟ କହିଥିଲେ ଯେ, ‘ମୁଁ ବଲିଉଡରୁ ଅଫର ପାଇଥିଲି ସତ କିନ୍ତୁ ବଲିଉଡ୍କୁ ମୁଁ କଦାପି ଗମ୍ଭୀରତାର ସହ ନେଇ ନାହିଁ। କିନ୍ତୁ ଯେତେବେଳେ ତୁମେ ବଲିଉଡରେ ପ୍ରବେଶ କର, ତେବେ ତୁମକୁ ଦୁଇଗୁଣ ଅଧିକ କଠିନ ପରିଶ୍ରମ କରିବାକୁ ପଡିଥାଏ | ମୁଁ ମୋର ଶୋ ଏବଂ ଆଲବମ୍ କରି ଖୁସିରେ ଥିଲି। ‘

Comments are closed, but trackbacks and pingbacks are open.