ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ‘ମଲ୍‌ ରୁ ମ୍ୟୁଜିୟମ୍‌’ କାର୍ଯ୍ୟକ୍ରମ

1,100

ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପରିସରରେ ସାଂସ୍କୃତିକ ସନ୍ଧ୍ୟାରେ ଆୟୋଜିତ ହେଲା ‘ମଲ୍‌ ରୁ ମୁ୍ୟଜିୟମ୍‌’କାର୍ଯ୍ୟକ୍ରମ । ଯୁବଗୋଷ୍ଠୀଙ୍କୁ ରାଜ୍ୟର କଳା, ସଂସ୍କୃତି ଓ ଐତିହ୍ୟ ପ୍ରତି ଆକୃଷ୍ଟ କରିବା ନିମନ୍ତେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଯୁବଗୋଷ୍ଠୀଙ୍କୁ ରାଜ୍ୟ ଓଡ଼ିଶାର ପ୍ରାଚୀନ ପ୍ରତି ଆକୃଷ୍ଟ କରିବା ନିମନ୍ତେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ଦ୍ୱାରା ନିଜର ସଂସ୍କୃତି ଓ ଇତିହାସ ଜାଣିବା ସହ ଭବିଷ୍ୟତ ପିଢ଼ି ସୁରକ୍ଷିତ ହୋଇପାରିବେ ।
ପ୍ରତି ଶନିବାର ଓ ରବିବାର ସନ୍ଧ୍ୟା ୫ରୁ ୬ ଘଟିକା ପର୍ଯ୍ୟନ୍ତ ସଂଗ୍ରହାଳୟ ଉଦ୍ୟାନ ପରିସରରେ ଥିବା ବର୍ଣ୍ଣାଳି ମଞ୍ଚରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଆଜି ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ଓ ସାଥି ଓଡ଼ିଶୀ ସମବେତ ନୃତ୍ୟ ଏବଂ ସମ୍ବଲପୁର ‘ରଙ୍ଗବତୀ’ ଲୋକନୃତ୍ୟ ପରିବେଷଣ କରିଛନ୍ତି । ଆସନ୍ତାକାଲି ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଓଡ଼ିଶୀ, ଡାଲଖାଇ ଓ ରସରକେଲି ପରିବେଷଣ କରାଯିବ ।

Comments are closed, but trackbacks and pingbacks are open.