କମୁଛି ପାରଦ; ଆହୁରି ବଢିବ ଶୀତ

22

ଭୁବନେଶ୍ବର : କମୁଛି ପାରଦ ବଢୁଛି ଶୀତ । ଭୀଷଣ ଜାଡରେ ଥରୁଛି ସାରା ଓଡିଶା । ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାରେ ପ୍ରବଳ ଶୀତ ଅନୁଭୂତ ହେଉଛି  । ଫଳରେ ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଛି  । ଶୀତରୁ ରକ୍ଷା ପାଇବା ପାଇଁ ସକାଳୁ କିଏ ମର୍ଣ୍ଣିଂ ଓ୍ବାକ୍ କରୁଛି ତ ଆଉ କିଏ ନିଆଁ ପୋଇଁ ହେଉଛି  ।

ଏଭଳି ସ୍ଥିତି ଆହୁରି ୪ ଦିନ ଲାଗି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ  ।ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ୭ ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ଥିବା ଜଣାଯାଇଛି।  ୭ ଡିଗ୍ରୀ ତାପମାତ୍ରା ସହ ଜି.ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି ।

ସେହିପରି ଦାରିଙ୍ଗବାଡିରେ ୯.୫, ଫୁଲବାଣୀରେ ୯ , କୋରାପୁଟରେ ୯.୬ , ରାଉରକେଲାରେ ୯.୭ , କଟକରେ ୧୪.୫ ଓ ଭୁବନେଶ୍ବରରେ ୧୫.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସକାଳୁ କିଛି ଜିଲ୍ଲାରେ କୁହୁଡି ମଧ୍ୟ ଦେଖିବାକୁ ମିଳିଛି ।

Comments are closed, but trackbacks and pingbacks are open.