ଆଦିତ୍ୟ ଏଲ ୧ ପଠାଇଛି ସୂର୍ଯ୍ୟଙ୍କ ପ୍ରଥମ ଫୁଲ୍‌ ଡିସ୍କ ଫଟୋ

464

ଗତି କରୁଛି ଆଦିତ୍ୟ ଏଲ ୧ । ଖୁବ୍ ଶୀଘ୍ର ପହଞ୍ଚିବ ଲକ୍ଷ୍ୟ ସ୍ଥଳରେ। ସୂର୍ଯ୍ୟଙ୍କ ଅଧ୍ୟୟନ ପାଇଁ ପଠାଯାଇଥିବା ଭାରତର ପ୍ରଥମ ଅନ୍ତରୀକ୍ଷ ମିଶନ ଆଦିତ୍ୟ ଏଲ ୧ ଏବେ ଏହାର ଅନ୍ତିମ ପର୍ଯ୍ୟାୟରେ। କେବଳ ଯେ, ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ତାହା ନୁହେଁ ବରଂ ଏହି ମିଶନର ସଫଳତାର ମଧ୍ୟ ପ୍ରଥମ ପ୍ରମାଣ ମିଳିଛି । କାରଣ ଆଦିତ୍ୟ ଏଲ-୧ ପଠାଇଛି ସୂର୍ଯ୍ୟଙ୍କ ପ୍ରଥମ ଫୁଲ୍‌ ଡିସ୍କ ଫଟୋ ଅର୍ଥାତ ସୂର୍ଯ୍ୟଙ୍କ ପୂର୍ଣ୍ଣ ଫଟୋ।

ପ୍ରକୃତରେ ଆଦିତ୍ୟ ଏଲ ୧ ‌ରେ ଥିବା ପେଲୋଡ୍‌, ସୋଲାର ଅଲ୍ଟ୍ରାଭାୟୋଲେଟ ଇମେଜିଂ ଟେଲିସ୍କୋପ (SUIT) ସୂର୍ଯ୍ୟଙ୍କ ପ୍ରଥମ ଫୁଲ୍‌ ଡିସ୍କ ଫଟୋ ପଠାଇଛି। ଏହି ସବୁ ଫଟୋ ୨୦୦ରୁ ୪୦୦ ନାନୋମିଟର ଓ୍ବେଭଲେନ୍ଥ ରହିଛି। ଅର୍ଥାତ୍‌ ଆପଣଙ୍କୁ ସୂର୍ଯ୍ୟ ୧୧ଟି ଭିନ୍ନ ଭିନ୍ନ ରଙ୍ଗରେ ଦେଖାଯିବ।

ଆଦିତ୍ୟ ଏଲ-୧ର SUIT ପେଲୋଡକୁ ନଭେମ୍ବର ୨୦ରେ ଚାଲୁ କରାଯାଇଥିଲା। ଏହି ଟେଲିସ୍କୋପ ସୂର୍ଯ୍ୟଙ୍କ ପୃଷ୍ଠ ଅର୍ଥାତ୍‌ ଫୋଟୋସ୍ଫିୟର ଓ ସୂର୍ଯ୍ୟଙ୍କ ପୃଷ୍ଠ ଏବଂ ବାହ୍ୟ ବାୟୁମଣ୍ଡଳ କୋରୋନା ମଧ୍ୟରେ ଥିବା ପତଳା ପରଦ ଅର୍ଥାତ୍‌ କ୍ରୋମୋସ୍ଫିୟରର ଫଟୋ ଉତ୍ତୋଳନ କରିଛି। ଏହି କୋମୋସ୍ଫିୟର ସୂର୍ଯ୍ୟ ପୃଷ୍ଠରୁ ୨୦୦୦ କିମି ଉପରେ ରହିଥାଏ ।

Comments are closed, but trackbacks and pingbacks are open.