ଡମ୍ପର ଧକ୍କାରେ ଭୟଙ୍କର କାର ଦୁର୍ଘଟଣା

1,027

ୟୁପି: ଭୟଙ୍କର କାର ଦୁର୍ଘଟଣା । ଜୀଅନ୍ତା ଜଳିଗଲେ ୮ଜଣ । ୟୁପିର ବରେଲି-ନୈନିତାଲ ଜାତୀୟ ରାଜପଥରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । କାରର ଟାୟାର ଫାଟିଯିବା କାରଣରୁ ଭାରସ୍ୟାମ ହରାଇ ଏକ ଡମ୍ପରରେ ଧକ୍କା ହୋଇଥିଲା । ଫଳରେ କାରରେ ଭୟଙ୍କର ନିଆଁ ଲାଗିଯାଇଥିଲା । ଫଳରେ କାରରେ ଥିବା ୮ଜଣ ଜୀଅନ୍ତା ଜଳି ଯାଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ କାର୍‌ଟି ବାରେଲି-ନୈନିତାଲ ଜାତୀୟ ରାଜପଥରେ ଯାଉଥିବା ସମୟରେ ହଠାତ୍ ଚକା ଫାଟି ଯାଇଥିଲା । ପରେ କାରଟି ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା ଡମ୍ଫର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସେଠାରେ ହିଁ କାରଟି ସମ୍ପୁର୍ଣ୍ଣ ଜଳି ଯାଇଥିଲା । କାରରେ ନିଆଁ ଲାଗିବା ଦେଖି କାର ଡ୍ରାଇଭର କାରରୁ ଡେଇଁ ଚାଲିଯାଇଥିଲା । କିନ୍ତୁ କାରରେ ଥିବା ଅନ୍ୟ ୮ ଜଣ ଜୀଅନ୍ତା ଜଳିଯାଇଥିଲେ ।

ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଏନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ପୋଷ୍ଟମୋର୍ଟମ୍ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ।

Comments are closed, but trackbacks and pingbacks are open.