ରାହୁଲଙ୍କ ପାଇଁ ଛାଡିଥିଲେ ବ୍ୟାଙ୍କ ପଦବୀ

64

ନୂଆଦିଲ୍ଲୀ:କୋଟିପତି ବ୍ୟାଙ୍କର ଥିଲେ ମହୁଆ ମୋଇତ୍ର । ହଠାତ ଡେଇଁଲେ ରାଜନୀତିକୁ । କୋଟି କୋଟି ଟଙ୍କାର ବ୍ୟାଙ୍କର ପଦ ଛାଡି ରାଜୀନତିକୁ ଆସିଲେ ମହୁଆ । ହେଲେ କାହିଁକି ?  ଅର୍ଥ ଓ ପଦବୀକୁ ଛାଡି ରାଜନୀତିକୁ ମହୁଆ ମୋଇତ୍ର ଆସିଥିଲେ ରାହୁଲ ଗାନ୍ଧୀଙ୍କ ପାଇଁ । ରାହୁଲ ଗାନ୍ଧୀଙ୍କୁ ଦେଖି ସେ ରାଜନୀତିରେ ପାଦ ରଖିଥିଲେ । ରାଜନୀତିରେ ଯଦି କାହାକୁ ନେଇ ଆଜି ଚର୍ଚ୍ଚା ଜୋର ଧରିଥାଏ ତେବେ ସେ ହେଉଛନ୍ତି ଟିଏମସିର ମହୁଆ ମୋଇତ୍ର । ମହୁଆଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିବା ପରେ ଶୁକ୍ରବାର ତାଙ୍କୁ ସାଂସଦ ପଦରୁ ବହିଷ୍କୃତ କରାଯାଇଛି ।  ସଂସଦର ଏଥିକ୍ସ କମିଟି ସୁପାରିଶ ଅନୁସାର ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।  ଏହି ମାମଲାରେ ପୁରା ବିପକ୍ଷ ମହୁଆଙ୍କ ସାଥ ଦେଇଛନ୍ତି ।

ଜଣେ ସଫଳ ବ୍ୟାଙ୍କରରୁ ରାଜନୀତିକୁ ଡେଇଁଥିଲେ ମହୁଆ । ବର୍ଷକୁ କୋଟି କୋଟି ଟଙ୍କାର ଚାକିରି ଛାଡି ରାଜନୀତି କରିବାକୁ ଆସିଥିଲେ । ୧୪ ବର୍ଷର ରାଜନୀତି କ୍ୟାରିଅରରେ ଅନେକ ଉତଥାନ-ପତନକୁ ସାମ୍ନା କରିଛନ୍ତି ମହୁଆ । ପଶ୍ଚିମବଙ୍ଗ ନଦିଆ ଜିଲ୍ଳାର କୃଷ୍ଣାକୁମାର ଲୋକସଭା ସିଟରୁ ପ୍ରଥମ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଆସାମର କଚ୍ଛାର ଜିଲ୍ଲାରେ ୧୯୭୪ରେ ଜନ୍ମ ଗ୍ରହଣ କରିଥିବା ମହୁଆଙ୍କ ପ୍ରାଥମିକ ଶିକ୍ଷା କୋଲକାତାରେ ଆରମ୍ଭ ହୋଇଥିଲା । ନ୍ୟୁୟର୍କ ଏବଂ ଲଣ୍ଡନରେ ଜେପି ମାର୍ଗନ ଚେଜରେ ଇନଭେଷ୍ଟମେଣ୍ଟ ବ୍ୟାଙ୍କର ଥିବା ମହୁଆ ରାହୁଲ ଗାନ୍ଧୀଙ୍କ ପାଇଁ ରାଜନୀତିକୁ ଆସିଥିଲେ । ରାହୁଲଙ୍କ ‘ସାଧାରଣ ଜନତାଙ୍କ ସିପାହୀ’ ବକ୍ତବ୍ୟରେ ପ୍ରେରିତ ହୋଇ ସେ ରାଜନୀତି ପ୍ରତି ରୁଚି ରଖିଲେ । ୨୦୦୯ରେ ସେ ଯୁବ କଂଗ୍ରେସରେ ସାମିଲ ହେବା ପାଇଁ ଲଣ୍ଡନରେ ହାଇ ପ୍ରୋଫାଇଲ ବ୍ୟାଙ୍କିଂ କ୍ୟାରିଅର ଛାଡି ଦେଇଥିଲେ । ମହୁଆଙ୍କୁ ପଶ୍ଚିମବଙ୍ଗ ଦାୟିତ୍ୱ ଦିଆ ଯାଇଥିଲା । ମହୁଆ ଦଳର ନେତା ସୁବ୍ରତ ମୁଖାର୍ଜୀଙ୍କ ସହ ଅତି ନିକଟତର ଥିଲେ ।

୨୦୧୦ରେ ସେ ସୁବ୍ରତ ମୁଖାର୍ଜୀଙ୍କ ସହ ଟିଏମସିରେ ସାମିଲ ହୋଇଥିଲେ । ୨୦୧୧ ଟିଏମସି ରାଜ୍ୟରେ କ୍ଷମତାକୁ ଆସିଥିଲା । ୨୦୧୧  ବିଧାନସଭା ନିର୍ବାଚନ ଏବଂ ୨୦୧୪ ଲୋକସଭା ନିର୍ବାଚନରେ ତାଙ୍କୁ ଟିକେଟ ମିଳି ନ ଥିଲା । ତଥାପି ସେ ଧୈର୍ଯ୍ୟର ସହ ଅପେକ୍ଷା କରିଥିଲେ । ୨୦୧୬ ବିଧାନସଭା ନିର୍ବାଚନରେ ତାଙ୍କୁ ଟିକେଟ ମିଳିଥିଲା  ଏବଂ ସେ କରୀମପୁର ନିର୍ବାଚନରୁ ଜିତିଥିଲେ। ଯଦିଓ ତାଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯାଇ ନ ଥିଲା ତେବେ ତାଙ୍କର ଓଜସ୍ୱିନୀ ଭାଷଣ ଏବଂ ବାଦ ବିବାଦ କୌଶଳ ପାଇଁ ଜାତୀୟ ମିଡିଆ ପ୍ରମୁଖ ପ୍ରବକ୍ତା କରାଯାଇଥିଲା । ୨୦୧୯ରେ କୃଷ୍ଣାନଗର ଲୋକସଭା ସିଟରୁ ଲଢି ଜିତିଥିଲେ ମହୁଆ ।ବେଶି ଅନୁଭବ ନ ଥିଲେ ବି ତାଙ୍କର ଭାଷଣ ପାଇଁ ଏବଂ ଟେଲି ଭିଜନରେ ହେଉଥିବା ଆଲୋଚନାରେ ଟିଏମସି ପକ୍ଷରୁ ଭାଗ ନେଇ ବେଶି ଲୋକପ୍ରିୟ ହୋଇଥିଲେ ।

ବିବାଦୀୟ ବୟାନ ଦେଇ ବେଶ ଚର୍ଚ୍ଚିତ ମହୁଆଙ୍କୁ ବଙ୍ଗଳା ମିଡିଆ ବହିଷ୍କାର କରିଥିଲା । ପତ୍ରକାରଙ୍କୁ ‘ଦୌ କୌଡି’ ବୋଲି ସମ୍ବୋଧନ କରି ବିବାଦରେ ଫସିଥିଲେ । ଗତ ବର୍ଷ ଏକ ସମ୍ମିଳନୀରେ  ଦେବୀ କାଳିଙ୍କୁ ମାଂସ ଖାଉଥିବା ଏବଂ ମଦ୍ୟପାନ କରୁଥିବା ଦେବୀ ବୋଲି କହିବା ପରେ ଏହାକୁ ନେଇ ସାରା ଦେଶରେ ରାଜନୈତିକ ଝଡ ସୃଷ୍ଟି ହୋଇଥିଲା ।

Comments are closed, but trackbacks and pingbacks are open.