ମୁଁ ମୁଖ୍ୟମନ୍ତ୍ରୀ ପଦପାଇଁ ଦାବିଦାର ନୁହେଁ : ଶିବରାଜ ସିଂ ଚୌହାନ

23

ଭୋପାଳ : ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନରେ ବିପୁ​ଳ ବିଜୟ ପରେ ଏବେ ମୁଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏଥର ଏତେ ସଂଖ୍ୟକ ବରିଷ୍ଠ ନେତା ଓ କେନ୍ଦ୍ରମନ୍ତ୍ରୀ ନିର୍ବାଚନରେ ଓହ୍ଲାଇଥିଲେ ଯେ ଏବେ ସମସ୍ତଙ୍କ ନାମକୁ ନେଇ କଳ୍ପନାଜଳ୍ପନା ଚାଲିଛି। ଶିବରାଜ ସିଂ ଚୌହାନଙ୍କୁ ପୁଣି ଥରେ ମଧ୍ୟପ୍ରଦେଶର ଶାସନ ମିଳିବ ନା ଆଉ କାହାକୁ ମିଳିବ ତାକୁ ନେଇ ସବୁଠାରୁ ବଡ ଚର୍ଚ୍ଚା ଚାଲିଛି ।

ଶିବରାଜ ସିଂହ ଚୌହାନଙ୍କ ବ୍ୟତୀତ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ବରିଷ୍ଠ ନେତା କୈଳାସ ବିଜୟବର୍ଗୀୟ, ପ୍ରହ୍ଲାଦ ପଟେଲ, ରିତି ପାଠକ ଆଦିଙ୍କୁ ନେଇ କଳ୍ପନାଜଳ୍ପନା ଜାରି ରହିଛି। ଏହି କଳ୍ପନାଜଳ୍ପନା ଭିତରେ ଶିବରାଜ ସିଂ ଚୌହାନଙ୍କ ବୟାନ ଆସିଛି । ସେ କହିଛନ୍ତି, ମୁଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ନୁହେଁ।

ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୌଡ଼ ଚାଲିଥିବା ବେଳେ ଶିବରାଜ ସିଂହ ଚୌହାନ କହିଛନ୍ତି- ମୁଁ କେବେ ବି ଏହି ପଦ ପାଇଁ କାମ କରିନାହିଁ। ଦଳ ମୁଁ ଯାହା କହିଥିଲି ଏବଂ ମୋର ଯେତିକି ସାମର୍ଥ୍ୟ ଥିଲା ତାହାକୁ ଲଗାଇ ଏହି ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟା କରିଥିଲା । ମୁଁ କେବେ ବି ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ହୋଇନାହିଁ ଏବଂ ମୁଁ ଆଜି ନୁହେଁ । ଜଣେ କର୍ମକର୍ତ୍ତା ହିସାବରେ ଦଳ ମୋତେ ଯାହା ବି କାମ ଦେବ, ମୁଁ ନିଷ୍ଠାର ସହ ଦଳ ପାଇଁ ସେହି କାମ ଜାରି ରଖିବି।

Comments are closed, but trackbacks and pingbacks are open.