ସଞ୍ଜୟ ସିଂଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ୍ ଦାଖଲ କଲା ଇଡି

81

ନୂଆଦିଲ୍ଲୀ: ଦିଲ୍ଲୀ ଏକ୍ସାଇଜ୍ ପଲିସି ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଶନିବାର ସଞ୍ଜୟ ସିଂଙ୍କ ବିରୋଧରେ ଦିଲ୍ଲୀରେ ରାୱଜ ଏଭିନ୍ୟୁ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି। ED କୋର୍ଟରେ ଏକ ୬୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି । ଅକ୍ଟୋବର 2023ରେ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟଙ୍କୁ ଇଡି ଗିରଫ କରିଥିଲା। ସେବେଠାରୁ ତାଙ୍କୁ ତିହାଡ ଜେଲରେ ରଖାଯାଇଛି । ସେ ରାୱଜ ଏଭିନ୍ୟୁ କୋର୍ଟ, ଦିଲ୍ଲୀ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ ଜାମିନ୍ ମିଳିପାରୁ ନାହିଁ ।

24 ନଭେମ୍ବର 2023ରେ, ରାୱଜ ଏଭିନ୍ୟୁ କୋର୍ଟ ଆମ୍ ଆଦମୀ ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ନିରାଶ କରି 4 ଡିସେମ୍ବର ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇଥିଲା । ଏହାପୂର୍ବରୁ ନଭେମ୍ବର 10 ରେ କୋର୍ଟ ସଞ୍ଜୟ ସିଂଙ୍କୁ 14 ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଯାଇଥିଲା । ତାଙ୍କ ହେପାଜତ 24 ନଭେମ୍ବର ଅର୍ଥାତ୍ ଶୁକ୍ରବାର ଦିନ ସମାପ୍ତ ହୋଇଥିଲା ଏବଂ ଇଡି ତାଙ୍କୁ କୋର୍ଟରେ ଉପସ୍ଥାପନ କରିଥିଲେ।

ସୂଚନାଥାଉ ଯେ, ଦିଲ୍ଲୀ ଅବକାରୀ ନୀତି ମାମଲାରେ ସଞ୍ଜୟ ସିଂଙ୍କୁ ଅର୍ଥ ହେରଫେର ମାମମଲାରେ ଇଡି ଗିରଫ କରିଥିଲା । ନଭେମ୍ବର ୨୪ରେ କୋର୍ଟ ଇଡି କହିଥିଲେ ଏହି ମାମଲାରେ ଖୁବଶୀଖ୍ର ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରାଯିବ ।

Comments are closed, but trackbacks and pingbacks are open.