କାବୁଲ ଏୟାରପୋର୍ଟ ବାହାରେ ଘଟିଛି ଭୟଙ୍କର ବିସ୍ଫୋରଣ

81

ଗତ ଅଗଷ୍ଟ ୧୫ ତାରିଖ ରେ ତାଲିବାନ ଆଫଗାନିସ୍ଥାନ ଉପରେ କବ୍ଜା କଲାପରେ ବର୍ତ୍ତମାନ ସେଠିକାର ସ୍ଥିତି ଭୟଙ୍କର ହେବାରେ ଲାଗିଛି ଇ ଆଫଗାନ ନାଗରିକ ମାନେ ଦେଶ ଛାଡି ପଳାଉଛନ୍ତି ଇସେଠାରେ ରହୁଥିବା ଅନ୍ୟ ବାହାର ଦେଶ ର ନାଗରିକ ମନଙ୍କୁ ନିଜ ନିଜ ଦେଶ ଫେରାଇ ନେଉଛନ୍ତି ଇ ଆମେରିକା ଏବଂ ତାର ମିତ୍ର ରାଷ୍ଟ୍ର ର ସୈନ୍ୟ କାବୁଲ ବିମାନ ବନ୍ଦର କୁ ଜଗି ନାଗରିକ ମାନଙ୍କୁ ସୁରକ୍ଷିତ ଭାବରେ ଏୟାରଲିଫଟିଙ୍ଗ କରାଉଛନ୍ତି ଏହି କାରଣରୁ ତାଲିବାନ, ଆମେରିକା ଏବଂ ନଟୋ ରାଷ୍ଟ୍ର ଗୁଡିକ ଉପରେ କ୍ଷୁବ୍ଧ ଅଛି ଇ ସେଥିପାଇଁ ଚେତାବନୀ ମଧ୍ୟ ଦେଇଛି ଇ ଏହାରି ଭିତରେ ଆଜି ଆଫଗାନିସ୍ତାନର ରାଜଧାନୀ କାବୁଲର ଏୟାରପୋର୍ଟ ବାହାରେ ଘଟିଛି ଡବଲ୍ ବିସ୍ଫୋରଣ। କାବୁଲ୍ ଏୟାରପୋର୍ଟର ଆବେ ଗେଟ୍ ନିକଟରେ ପ୍ରଥମ ବିସ୍ଫୋରଣ ହୋଇଛି। ଜଣେ ସୁଇସାଇଡ ବମ୍ବର ଦ୍ୱାରା ପ୍ରଥମ ବିସ୍ଫୋରଣ ସୂଚନା ମିଳିଛି। ପ୍ରଥମ ବିସ୍ଫୋରଣ ପରେ ଗୁଳି ଶବ୍ଦ ଶୁଣାଯାଇଥିଲା। ଏୟାରପୋର୍ଟରେ ଆତଙ୍କୀ ହମଲା ନେଇ ପୂର୍ବରୁ ଆଶଙ୍କା କରାଯାଉଥିଲା। ଏପରିକି ତାଲିବାନ ମଧ୍ୟ ଏ ନେଇ ଧମକ ମଧ୍ୟ ଦେଇଥିଲା। ଯେଉଁ କାରଣୁ ନିଜ ନାଗରିକମାନଙ୍କୁ ସତର୍କ କରିଥିଲା ଆମେରିକା। ଆମେରିକୀୟ ଅଧିକାରୀ କହିଛନ୍ତି ଯେ ଗୋଟିଏ ବିସ୍ଫୋରଣ ହେବାର କିଛି ସମୟ ପରେ ଦ୍ୱିତୀୟ ବିସ୍ଫୋରଣ ହୋଇଛି। ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରାଳୟ ଦୁଇଟି ବିସ୍ଫୋରଣ ନେଇ ସ୍ପଷ୍ଟ କରିଛି। ଏହି ଭୟଙ୍କର ବିସ୍ଫୋରଣ ରେ ୩ ଶିଶୁ ସମେତ ୧୫ ଜଣଙ୍କର ମୃତ୍ୟୁ ଘଟିଛି ଇ ଏହା ସହିତ ଆମେରିକାର ୪ ଜଣ ସୈନ୍ୟ ଆହତ ହୋଇଛନ୍ତି କିନ୍ତୁ ମୃତାହତ ଙ୍କର ସଠିକ ଖବର ଜଣାପଡି ନାହିଁ I ଫକ୍ସ ନ୍ୟୁଜ ଅନୁଯାୟୀ, ଏହି ହମଲା ଆତଙ୍କୀ ସଂଗଠନ ISIS କରିଛି ବୋଲି ସନ୍ଦେହ କରାଯାଉଛି I

Leave A Reply

Your email address will not be published.