ଆଜିଠୁ ଆରମ୍ଭ ଭାରତ-ଅଷ୍ଟ୍ରେଲିଆ ଟି-୨୦ ଶୃଙ୍ଖଳା

601

ଆଜିଠୁ ଆରମ୍ଭ ଭାରତ-ଅଷ୍ଟ୍ରେଲିଆ ଟି-୨୦ ଶୃଙ୍ଖଳା । ବିଶାଖାପଟ୍ଟନମ୍‌ରେ ଖେଳାଯିବ ପ୍ରଥମ ମ୍ୟାଚ୍‌ ।  ଲକ୍ଷ୍ୟ ମିଶନ୍‌ 2024 ଟି-୨୦ ବିଶ୍ବକପ୍‌ । ବ୍ୟାଟିଂ ବିଭାଗକୁ ନେଇ ହେବ ପରୀକ୍ଷା ନୀରୀକ୍ଷା । ଟିମ୍‌ରେ ବହୁ ଯୁବ ଖେଳାଳୀଙ୍କ ପାଇଁ ରହିଛି ସୁଯୋଗ । ଦିନିକିଆ ବିଶ୍ବକପ୍‌ ସରିବାର ୪ଦିନ ପରେ ଦୁଇ ଫାଇନାଲିଷ୍ଟ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳାଯିବ। ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ରାତି ୭ଟାରେ ବିଶାଖାପାଟଣାରେ ଖେଳାଯିବ। ପାଣ୍ଡ୍ୟା ସଂପୂର୍ଣ୍ଣ ସୁସ୍ଥ ହେବାକୁ ଆହୁରି ଦେଢ଼ ମାସ ଲାଗିବାକୁ ଥିବାରୁ ସୂର୍ଯ୍ୟକୁମାର ଯାଦବ ଏହି ଶୃଙ୍ଖଳାରେ ଭାରତୀୟ ଦଳର ନେତୃତ୍ବ ନେବେ।

Comments are closed, but trackbacks and pingbacks are open.