୩ ମହିଳା ଙ୍କ ସମେତ ୯ ଜଣ ଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତୀ

34

ପ୍ରଥମ ଥର ପାଇଁ ଏକ ଥରକେ ୯ ଜଣ ଙ୍କୁ ସୁପ୍ରିମକୋର୍ଟ ରେ ବିଚାରପତି ଭାବରେ ପଦୋନ୍ନତି ମିଳିଛି ଈଏଥିରେ ୩ ମହିଳା ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହିମା କୋହଲି ,ଗୁଜରାଟ ହାଇକୋର୍ଟର ବିଚାରପତି ଜଷ୍ଟିସ ବେଲା ଏମ ତ୍ରିବେଦୀଏବଂ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ବିଭି ନାଗରତ୍ନାଙ୍କ ନାଁ ରହିଛି। ପଦୋନ୍ନତି ପାଇ ସୁପ୍ରିମକୋର୍ଟର ବିଚାରପତି ହେବାକୁ ଯାଉଥିବା ୯ ଜଣ ନାଁ ଉପରେ ମାରିଛନ୍ତି କେନ୍ଦ୍ର ସରକାର। ଏହି ୯ ଜଣଙ୍କୁ ବିଚାରପତି ଭାବେ ପଦୋନ୍ନତି ଦେବାକୁ କିଛି ଦିନ ତଳେ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କ ନେତୃତ୍ୱରେ ଗଠିତ କଲେଜିୟମ ସୁପାରିସ କରିଥିଲେ।

ଏହି ପ୍ରସ୍ତାବ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ ଲାଭ କରିଛି। ଏବେ ଏହି ଅନୁମୋଦନ ପ୍ରସ୍ତାବ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ଯିବ। ସେ ମୋହର ମାରିବା ମାତ୍ରେ ପଦୋନ୍ନତି ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନୂଆ ବିଚାରପତିମାନେ ଶପଥ ପାଠ କରିବେ।

Leave A Reply

Your email address will not be published.