ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ସିଏଜି ଗିରିଶ ଚନ୍ଦ୍ର ମୁର୍ମୁ ଓଡ଼ିଆ ଅସ୍ମିତାର ଅନନ୍ୟ ପରିଚୟ -ଧର୍ମେନ୍ଦ୍ର ପ୍ରଧାନ

456

ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି ଓ ଭାରତର ସିଏଜିଙ୍କ ଫଟୋ ସେୟାର୍ କଲେ କେନ୍ଦ୍ରମନ୍ତ୍ରୀ

• ଓଡ଼ିଶାର ଏହି ଦୁଇ ଜଣ ସୁଯୋଗ୍ୟ ସନ୍ତାନଙ୍କ ପାଇଁ ଓଡ଼ିଆ ଭାବେ ଆମେ ଗର୍ବିତ
• ଏହା ଆମର ଗଣତନ୍ତ୍ର, ଜନଜାତି ଓ ବଞ୍ଚିତ ବର୍ଗଙ୍କ ପାଇଁ ବଡ଼ ସମ୍ମାନ  

ଭୁବନେଶ୍ୱର, ନଭେମ୍ବର ୧୭ –  କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମରେ ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ‘ତୃତୀୟ ଅଡିଟ୍ ଦିବସ ସମାରୋହ’ ଅବସରରେ ସିଏଜି ଶ୍ରୀ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ସମ୍ମାନିତ କରୁଥିବାର ଏକ ଫଟୋ ସେୟାର୍ କରି ଖୁସି ପ୍ରକାଶ କରିଛନ୍ତି ।  

ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାର ଦୁଇ ଜଣ ସୁଯୋଗ୍ୟ ସନ୍ତାନ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓ ଭାରତର ସିଏଜି ଶ୍ରୀ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ପାଇଁ ଓଡ଼ିଆ ଭାବେ ଆମେ ଗର୍ବିତ । ଏହା ଆମର ଗଣତନ୍ତ୍ର, ଜନଜାତି ଓ ବଞ୍ଚିତ ବର୍ଗଙ୍କ ପାଇଁ ବଡ଼ ସମ୍ମାନ । ଏହି ଦୁଇ ବ୍ୟକ୍ତିବିଶେଷ ଆମ ଓଡ଼ିଆ ଅସ୍ମିତା, ସ୍ୱାଭିମାନର ଅନନ୍ୟ ପରିଚୟ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

 

Comments are closed, but trackbacks and pingbacks are open.