ବିଶ୍ବକପ୍‌ ସେମିଫାଇନାଲ୍‌ : ୱାଙ୍ଖଡେ ଷ୍ଟାଡିୟମ ଅଘଟଣ ଧମକ

161

ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଅପରାହ୍ନ ୨ଟାରୁ ବିଶ୍ୱକପ୍‌ର ସେମିଫାଇନାଲ ମ୍ୟାଚ୍‌ରେ ଭାରତୀୟ ଟିମ୍‌ର ନ୍ୟୁଜିଲ୍ୟାଣ୍ଡ ଟିମ୍ ସହ ମୁକାବିଲା ହେବ । କିନ୍ତୁ ମ୍ୟାଚ୍ ପୂର୍ବରୁ ମୁମ୍ବାଇ ପୋଲିସକୁ ଧମକପୂର୍ଣ୍ଣ ବାର୍ତ୍ତା ମିଳିଛି ।

ଏଠାରେ ସୂଚାଇ ଦିଆଯାଇପାରେ କି ଭାରତୀୟ ଟିମ୍ ୱାନ ଡେ’ କ୍ରିକେଟ୍ ବିଶ୍ୱକପ୍‌ରେ ଏ ପର୍ଯ୍ୟନ୍ତ ଅପରାଜେୟ ରହିଛି । ଆଜି ଭାରତର ନ୍ୟୁଜିଲ୍ୟାଣ୍ଡ ସହ ସେମିଫାଇନାଲ ମୁକାବିଲା ହେବ । କିନ୍ତୁ ଏହି ସେମିଫାଇନାଲ ମ୍ୟାଚ୍ ପୂର୍ବରୁ ମୁମ୍ବାଇ ପୋଲିସକୁ କୌଣସି ବଡ ଧରଣର ଅଘଟଣ ନେଇ ଧମକ ମିଳିଛି । ଧମକ ମିଳିବା ପରେ ମୁମ୍ବାଇ ପୋଲିସ ଯାଞ୍ଚ ଆରମ୍ଭ କରିଦେଇଛି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ମୁମ୍ବାଇ ପୋଲିସକୁ ମ୍ୟାଚ୍ ସମୟରେ କୌଣସି ବଡ ଧରଣର ଅଘଟଣ ହେବା ନେଇ ଧମକ ମିଳିଛି । ଧମକ ଦେଇଥିବା ବ୍ୟକ୍ତି ମୁମ୍ବାଇ ପୋଲିସକୁ ଟ୍ୱିଟରରେ ଟ୍ୟାଗ୍ କରିଛି ଯେଉଁଥିରେ ଏକ ଫଟୋରେ ବନ୍ଧୁକ, ହ୍ୟାଣ୍ଡ ଗ୍ରେନେଡ୍ ଓ ଗୁଳିଗୋଳା ନଜର ଆସୁଛି ।

ଆଉ ଦୀର୍ଘ ୨୦ ବର୍ଷ ପରେ କୌଣସି ଆଇସିସି ଇଭେଣ୍ଟରେ କିୱି ଟିମ୍‌କୁ ହରାଇବାର ରେକର୍ଡ ମଧ୍ୟ କରିଥିଲା । ଏବେ ସେମିରେ ପହଞ୍ଚିଥିବା ଭାରତୀୟ ଦଳର ମନୋବଳ ଦୃଢ଼ ରହିଛି । ସବୁଠୁ ବଡ଼ କଥା ହେଉଛି ଉଭୟ ଟପ୍‌ ଅର୍ଡର ବ୍ୟାଟର ଏବଂ ବୋଲର ଏବେ ଦମଦାର ଫର୍ମରେ ଅଛନ୍ତି । ତେଣୁ କିଛିମାତ୍ରା ଟିମ୍‌କୁ ନେଇ ଆଶ୍ବସ୍ତ ଅଛନ୍ତି ଅଧିନାୟକ ରୋହିତ ଶର୍ମା । ବର୍ତ୍ତମାନ ମେନ୍‌ ଇନ୍‌ ବ୍ଲୁଙ୍କ ୟୁଏସ୍‌ପି ହେଉଛି ସବୁ ଖେଳାଳିଙ୍କ ମଧ୍ୟରେ ଉତ୍ତମ ବୁଝମଣା ଏବଂ ସମନ୍ବୟ । ଓପନର୍‌ ଭାବେ ରୋହିତ ଏବଂ ଗିଲ୍‌ ଟିମ୍‌କୁ ଭଲ ଷ୍ଟାର୍ଟ ଦେଉଛନ୍ତି ।

Comments are closed, but trackbacks and pingbacks are open.