ପଞ୍ଜଶିରରେ ତାଲିବାନ ର ପଛଘୁଞ୍ଚା, ହୋଇପାରେ ବୁଝାମଣା

30

କାବୁଲ ସହର ଠାରୁ ମାତ୍ର ୧୦୦ କି.ମି.ଦୂରରେ ଥିବା ପଞ୍ଜଶିରକୁ ନେଇ ତାଲିବାନୀ ମାନଙ୍କର ଶୀରପୀଡା କମୁନାହିଁ I ପଞ୍ଜଶିରକୁ ଇଲାକା କୁ ବଳପୂର୍ବକ ଦଖଲ କରିବାକୁ ଚାହୁଁଥିବା ତାଲିବାନ ଏବେ ପଛଘୁଞ୍ଚା ଦେଇଛି। ତାଲିବାନ ଚେତିସାରିଚି ପଞ୍ଜଶିରକୁ ବନ୍ଧୁକ ମୁନରେ ଦଖଲ କରିବା ସମ୍ଭବ ନୁହେଁ। ଏଥିପାଇଁ ପଞ୍ଜଶିରରେ ଥିବା ବିରୋଧୀ ଗୋଷ୍ଠୀଙ୍କ ତାଲିବାନର ୪୦ ଜଣିଆ ପ୍ରତିନିଧି ମଣ୍ଡଳ ଆଲୋଚନା କରିବା ପାଇଁ ଏବେ ବୁଝାମଣା ମୁଡ୍‌କୁ ଆସିଛି। ଆଲୋଚନା ଦ୍ୱାରା ସବୁ ବିବାଦର ସମାଧାନ ପାଇଁ ସଂଗଠନ ଲକ୍ଷ୍ୟ ରଖିଛି।
ତାଲିବାନ ବିରୋଧୀ ଗ୍ରୁପ୍‌ ଟ୍ୱିଟ କରିଛି ଯେ “ବର୍ତ୍ତମାନ ସେମାନ(ତାଲିବାନୀ)ଙ୍କ ଆଗରେ ଦୁଇଟି ରାସ୍ତା ରହିଛି। ସେମାନେ ଖୋରସାନ ଲୋକଙ୍କ ମୂଲ୍ୟବୋଧକୁ ଗ୍ରହଣ କରନ୍ତୁ ନଚେତ ବିଦ୍ରୋହ ଘୋଷଣା କରନ୍ତୁ।” ଏହାର ଅର୍ଥ ତାଲିବାନ ଯଦି ସେମାନଙ୍କ କଥାରେ ରାଜି ନ ହେବ, ତା’ହେଲେ ଲଢ଼େଇ କରିବାକୁ ସେମାନେ ପ୍ରସ୍ତୁତ ରହିଛନ୍ତି।
ସେହିପରି ନିଜକୁ ଆଫଗାନର କାମଚଳା ରାଷ୍ଟ୍ରପତି ଭାବେ ଘୋଷଣା କରିଥିବା ଅମରୁଲ୍ଲା ସାଲେହ ମଧ୍ୟ ପଞ୍ଜଶିରରେ ରହିଛନ୍ତି। ସେ ତାଲିବାନ ବିରୋଧୀ ଗ୍ରୁପ୍‌ ସହ ହାତ ମିଳାଇଛନ୍ତି। କେବଳ ଅର୍ଥପୂର୍ଣ୍ଣ ବୁଝାମଣାକୁ ହିଁ ଗ୍ରହଣ କରାଯିବ। ଯଦି ବୁଝାମଣା ଫେଲ ମାରିଲା, ତା’ହେଲେ ପ୍ରତିରୋଧ କରୁଥିବା ଫୋର୍ସ ସବୁ ପ୍ରକାରର ପରିସ୍ଥିତିର ସମ୍ମୁଖୀନ ହେବାକୁ ରାଜି ଥିବା କହିଛନ୍ତି I
ତାଲିବାନ ବିରୋଧୀ ଗ୍ରୁପ୍‌ର ନେତୃତ୍ୱ ନେଉଥିବା ଅହମଦ ମାସୁଦ ମଧ୍ୟ ଆଲୋଚନା ଦ୍ୱାରା ବିବାଦର ସମାଧାନ କରିବା ସକ୍ଷରେ ରହିଛନ୍ତି। କିନ୍ତୁ ତାଲିବାନ ଯଦି ସେମାନଙ୍କ ସର୍ତ୍ତରେ ରାଜି ନ ହେବ, ତା’ହେଲେ ଯୁଦ୍ଧ କରିବାକୁ ତାଙ୍କ ସମର୍ଥକ ପଛାଇବେ ନାହିଁ ବୋଲି ସେ ଘୋଷଣା କରିଛନ୍ତି।
ଅନ୍ୟପକ୍ଷରେ ରବିବାର ଠାରୁ ତାଲିବାନର ଶହଶହ ସଦସ୍ୟ ପଞ୍ଜଶିର ଦଖଲ କରିବାକୁ ଅଭିଯାନ ଆରମ୍ଭ କରିଛନ୍ତି। ସେମାନେ ପଞ୍ଜଶିର ଓ ଏହାର ଆଖପାଖ ଅଞ୍ଚଳକୁ ଘେରାଉ କରି ରହିଛନ୍ତି। ସେହିପରି ଘାଟିରେ ଥିବା ଲୋକଙ୍କ ପାଇଁ ଯାଉଥିବା ଖାଦ୍ୟ ଓ ତୈଳ ଉପରେ ରୋକ ଲଗାଇ ଦେଇଛନ୍ତି। ତେଣୁ ସେଠାରେ ଧୀରେଧୀରେ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି।
ଅନ୍ଦରାବ ଉପତ୍ୟକାକୁ ମଧ୍ୟ ତାଲିବାନ ଖାଦ୍ୟ ଯୋଗାଣ ବନ୍ଦ କରିଦେଇଛି। ଏକଥା ଖୋଦ ଅମରୁଲ୍ଲା ସାଲେହ ଟ୍ୱିଟ କରି ସୂଚନା ଦେଇଥିଲେ। ଏହା ପୂର୍ବରୁ ପଞ୍ଜଶିର ବାସୀ ପାଖାପାଖି ୩୦୦ ତାଲିବାନୀଙ୍କ ବନ୍ଧକ ରଖିବା ସହିତ ୫୦ ଜଣ ରୁ ଊର୍ଦ୍ଧ୍ୱ ଙ୍କୁ ହତ୍ୟା କରିଥିବା ର ସୂଚନା ମିଳିଥିଲା I ତେଣୁ ବର୍ତ୍ତମାନ ର ପରିସ୍ଥିତି କୁ ନଜର ରେ ରଖି ପଞ୍ଜଶିର ଦଖଲ ରୁ ତାଲିବାନ ପଛଘୁଞ୍ଚା ଦେଇଛି I

Leave A Reply

Your email address will not be published.