ଟାଇଗର-୩ : ପ୍ରଥମ ଦିନରେ ଏତେ କୋଟିର କଲା ବ୍ୟବସାୟ; ଜଣାନ୍ତୁ କେତେ କଲା ଆୟ

19

ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଟାଇଗର 3 ନଭେମ୍ବର 12 ରେ ଦୀପାବଳିରେ ମୁକ୍ତିଲାଭ କରିଛି। ଲୋକେ ଦୀପାବଳି ପାଳନ କରିବା ସହ ଦବଙ୍ଗ ଖାନଙ୍କ ଫିଲ୍ମ ଦେଖିବାକୁ ଭୁଲି ନାହାଁନ୍ତି । ସଲମାନଙ୍କ କ୍ରେଜ୍ ଏତେ ଅଧିକ ଥିଲା ଯେ, ସିନେମା ହଲରେ ଭାଇଜାନାଙ୍କ ଜଲୱା ଦେଖିବା ପାଇଁ ନାହିଁନଥିବା ଭିଡ଼ ଯମିଥିଲା । ଚାଲନ୍ତୁ ଜାଣିବା ପ୍ରଥମ ଦିନରେ ଏହି ଆକ୍ସନ୍ ଥ୍ରୀଲର ଫିଲ୍ମ କେତେ କୋଟିର ବ୍ୟବସାୟ କରିଛି ।

ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଚଳଚ୍ଚିତ୍ର ଟାଇଗର-3 ରିଲିଜକୁ ଡେଟକୁ ପ୍ରଶଂସକ ଉତ୍ସାହର ସହ ଅପେକ୍ଷା କରିଥିଲେ । ଟାଇଗରର ଏହା ହେଉଛି ତୃତୀୟ ଫ୍ରାଞ୍ଚାଇଜ୍ ଯାହା ବକ୍ସ ଅଫିସରେ ଚହଳ ସୃଷ୍ଟି କରିଛି । ଏହି ଚଳଚ୍ଚିତ୍ରରେ ପୁଣି ଥରେ ସଲମାନ ଖାନ ଏଜେଣ୍ଟ ଭୂମିକାରେ ନଜର ଆସୁଛନ୍ତି ଏବଂ କ୍ୟାଟ୍ରିନା କୈଫ ଜୋୟା ଭୂମିକାରେ ଅଭିନୟ କରୁଥିବାର ଦେଖିବା ପାଇଁ ମିଳୁଛି । ଏପରି ପରିସ୍ଥିତିରେ, ଦୀପାବଳି ହୋଇଥିଲେ ମଧ୍ୟ ପ୍ରଶଂସକଙ୍କ ଭିଡ ଥିଏଟରରେ ବାହାରେ ଦେଖିବାକୁ ମିଳିଥିଲା ​​ଏବଂ ଯେଉଁଥି ପାଇଁ ଓପନିଂ ଡେ’ରେ ମଧ୍ୟ ଫିଲ୍ମଟି ଜବରଦସ୍ତ ଆୟ କରିଛି ।

ପ୍ରାରମ୍ଭିକ ଟ୍ରେଣ୍ଡ ରିପୋର୍ଟ ଅନୁସାରେ, ଟାଇଗର-3 ପ୍ରଥମ ଦିନରେ 44.5 କୋଟି ଟଙ୍କା ସଂଗ୍ରହ କରିଛି । ତେଲୁଗୁ ଭାଷାରେ ଏହି ଫିଲ୍ମ 1.15 କୋଟି ଟଙ୍କା ଏବଂ ତାମିଲରେ ଫିଲ୍ମର କଲେକ୍ସନ୍ 15 ଲକ୍ଷ ଟଙ୍କାର ବ୍ୟବସାୟ କରିଛି । ହେଲେ ଶାହାରୁଖ ଖାନଙ୍କ ଜୱାନ ଏବଂ ପଠାନର ରେକର୍ଡ ଭାଙ୍ଗିବାରେ ଟାଇଗର 3 ଟିକେ ପଛରେ ପଡିଯାଇଛି । ଆପଣଙ୍କୁ କହିରଖୁଛୁ ଯେ ପଠାନ ପ୍ରଥମ ଦିନରେ 57 କୋଟି ଟଙ୍କା ସଂଗ୍ରହ କରିଥିବାବେଳେ ଜୱାନ 75 କୋଟି ଟଙ୍କା ରୋଜଗାର କରି ହିନ୍ଦୀ ସିନେମାର ରେକର୍ଡ ସୃଷ୍ଟିକରିଥିଲା ।

Comments are closed, but trackbacks and pingbacks are open.