ତୃତୀୟ ଲହରର ମୁକାବିଲା ପାଇଁ ଶିଶୁଭବନ କୁ ପ୍ରସ୍ତୁତ କରାଯାଉଛି

24

ତୃତୀୟ ଲହରରେ ପିଲାମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କା କରି ସେପ୍ଟେମ୍ବର ୧୦ତାରିଖ ସୁଦ୍ଧା ପିଲାଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଭିତ୍ତିଭୂମି ସୁଦୃଢ଼ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ଲହର ଚିନ୍ତାଜନକ ସ୍ଥିତିରେ ରହିଛି ଇ ପୁଣି ଏବେ ତୃତୀୟ ଲହରକୁ ନେଇ ସମସ୍ତେ ଆଶଙ୍କିତ ଅବସ୍ଥା ରେ ଅଛନ୍ତି ଇତୃତୀୟ ଲହର ରେ ପିଲା ମାନେ ଅଧିକ ସଂକ୍ରମିତ ହେବ ର ଆଶଙ୍କା ରହିଛି ଇ ତେଣୁ ସମ୍ଭାବ୍ୟ ପରିସ୍ଥିତି କୁ ଦୃଷ୍ଟି ରେ ରଖି ସରକାରୀସ୍ତରରେ ପ୍ରସ୍ତୁତି ଜୋରଦାର ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ଭାବ୍ୟ ତୃତୀୟ ଲହର ମୁକାବିଲାକୁ ନେଇ ଆଲୋଚନା ହୋଇଥିଲା। କଟକସ୍ଥିତ ଶିଶୁଭବନକୁ ସେଣ୍ଟର ଅଫ ଏକ୍ସଲେନ୍ସ ଘୋଷଣା କରିବା ସହ ଶିଶୁଭବନର ପ୍ରଥମ ମହଲାରେ କୋଭିଡ୍ ସଂକ୍ରମିତ ପିଲାଙ୍କ ପାଇଁ ବ୍ୟବସ୍ଥା କରାଯିବ। କୋଭିଡ୍ ନିୟମରେ ସ୍ୱତନ୍ତ୍ର ପ୍ରବେଶ ଓ ପ୍ରସ୍ଥାନ ପଥ ରହିବ। ପ୍ରତି ବେଡକୁ ଅକ୍ସିଜେନ ଗ୍ୟାସ ପାଇପଲାଇନ୍ ବ୍ୟବସ୍ଥା କରାଯିବ। ଆବଶ୍ୟକ ପରିମାଣର ଏସି ମଧ୍ୟ ଲଗାଯିବ। ରାଜ୍ୟ ସରକାର ଏସବୁ ଭିତ୍ତିଭୂମି ନିମନ୍ତେ ଅର୍ଥ ଯୋଗାଇ ଦେବେ। ସୁପରିଟେଣ୍ଡେଣ୍ଟଙ୍କ ତାଲିକା ଅନୁସାରେ ଚିକିତ୍ସା ଓ ଭିତ୍ତିଭୂମି ସରଞ୍ଜାମ ଯୋଗାଇ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଶିଶୁଭବନରେ ୪୦ଟି ସାଧାରଣ ବେଡ୍ ଓ ୧୦ଟି ଆଇସିୟୁ ବେଡ୍ ରହିବ ବୋଲି ଜଣାପଡ଼ିଛି।
ଅନ୍ୟପକ୍ଷରେ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ସେପ୍ଟେମ୍ବର ଓ ଅକ୍ଟୋବର ତୃତୀୟ ଲହର ଆସିବା ସମ୍ଭାବନା ରହିଛି । ପାର୍ବଣ ଋତୁରେ ଥିବାରୁ ଲୋକମାନେ ବାହାରକୁ ଆସି ଭିଡ଼ କରନ୍ତୁ ନାହିଁ । ଟିକା ଦିଆଯାଇନଥିବାରୁ ୧୮ବର୍ଷରୁ କମ୍ ପିଲା ସଂକ୍ରମିତ ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.