ବାଣ ନିଆଁରେ ଶତାଧିକ ଆହତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

31

ଭୁବନେଶ୍ୱର:ସରିଛି ଦୀପାବଳି । ଅନେକ ସତର୍କ ସୂଚନା ସତ୍ତ୍ୱେ ଲୋକେ ଚେତିନାହାନ୍ତି । ଫୁଟାଇଛନ୍ତି ବାଣ । ଖାଲିପରିବେଶ ପ୍ରଦୂଷିତ ହୋଇନି, ବରଂ ସାରା ରାଜ୍ୟରେ ବାଣ ନିଆଁ ପଡି ଶତାଧିକ ଆହତ ହୋଇଥିବା ସୂଚନା ଆସିଛି । କେବଳ ରାଜଧାନୀ କ୍ୟାପିଟାଲ ହସ୍ପିଟାଲରେ ବାଣପଡି ୧୦୦ରୁ ଅଧିକ ଭର୍ତ୍ତି ହୋଇଛନ୍ତି ।

ଏହା ବ୍ୟତୀତ ଭଦ୍ରକର ବିଭିନ୍ନ ସ୍ଥାନରେ ୮ ଜଣ ଆହତ ହୋଇ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଧାମନଗର ବନ୍ତ ସରାମରା ଏବଂ ଭଦ୍ରକ ଗ୍ରାମାଞ୍ଚଳ ଥାନା ନିକଟ ଜିତାନଗାରେ ବାଣ ଫୁଟାଇବାବେଳେ ୪ ଜଣ ଶିଶୁ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁରତର ଅଛି ।  ବ୍ୟାସନଗର ଏବଂ କୋରେଇ ଅଞ୍ଚଳରେ ଜଣେ ମହିଳାଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି ।

ଖାଲି ଲୋକେ ଆହତ ହୋଇ ନାହାନ୍ତି । ଅନେକ ସ୍ଥାନରେ ଘର ମଧ୍ୟ ପୋଡି ଯାଇଥିବା ଖବର ସାମ୍ନକୁ ଆସିଛି । ସମ୍ବଲପୁର କ୍ଷେତରାଜନଗରରେ ବାଣପଡି ଏକ ଆପର୍ଟମେଣ୍ଟ ଜଳି ଯାଇଛି । ଏକ ଆପର୍ଟମେଣ୍ଟର ତୃତୀୟ ମହଲା ଜଳି ଯାଇଥିବା ଖବର ଆସିଛି । ତେବେ ଅଗ୍ନିକାଣ୍ଡ ସମୟରେ ଘରେ କେହି ନ ଥିବାରୁ କେହି ମୃତାହତ ହୋଇ ନାହାନ୍ତି । ସେହିପରି କ୍ଷେତରାଜପୁରରେ ଏକ ଅଳିଆ ଗଦାରେ ନିଆଁ ଲାଗି ତାହା ଜଳି ଯାଇଛି ।

ଅନ୍ୟପକ୍ଷେ ନୂଆପଡାର ସିନାପାଲିରେ ବାଣ ଏକ ଘର ଜଳି ଯାଇଥିବା ଖବର ସାମ୍ନାକୁ ଆସିଛି । କଟକ ହାତିପୋଖରି ଅଞ୍ଚଳରେ ହାବେଳି ବାଣ ପଡିଯିବାରୁ ଏକ ଚାଳଘରେ ନିଆଁ ଲାଗି ଯାଇଛି । ତେବେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରି ଦେଇଛି । କେହି ମୃତାହତ ହୋଇ ନାହାନ୍ତି ।

Comments are closed, but trackbacks and pingbacks are open.